Below header

ଦୁଇ ଲୋକସଭା ଓ ୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, କଟକରୁ ଲଢିବେ ପୂର୍ବତନ ପୋଲିସ୍‌ ଡିଜି ପ୍ରକାଶ ମିଶ୍ର

ଭୁବେନେଶ୍ବର(କେନ୍ୟୁଜ୍) : ଆଉ ଦୁଇଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଖାରବେଳ ସ୍ୱାଇଁ । ସେହିପରି କଟକ ପାଇଁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ପୋଲିସ୍‌ ଡିଜି ପ୍ରକାଶ ମିଶ୍ର । ଗତକାଲି ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଥିଲେ । ସେହିପର ଆଜି ବିଜେପିରେ ମିଶିଛନ୍ତି ଖାରବେଳ ସ୍ୱାଇଁ ।

ସେହିପରି ୯ଟି ବିଧାନସଭା ପାଇଁ ତାଲିକା ପ୍ରକାଶ କରିଛି ବିଜେପି । ଝାରସୁଗୁଡ଼ା ପାଇଁ ଦିନେଶ ଜୈନ, ରେଢାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀ ପାଇଁ ବଦ୍ରିନାରାୟଣ ଧଳ, ଭଦ୍ରକ ପାଇଁ ପ୍ରଦୀପ ନାୟକଙ୍କ ପ୍ରାର୍ଥୀ କରିଛି ଦଳ । ସେହିପରି ଫୁଲବାଣୀ ପାଇଁ ଦେବନାରାୟଣ ପ୍ରଧାନ, ପାରାଦୀପ ପାଇଁ ସମ୍ପଦ ସ୍ୱାଇଁ, ଜୟଦେବ ପାଇଁ ନରେନ୍ଦ୍ର ନାୟକ, ଜଟଣୀ ପାଇଁ ବିଶ୍ୱରଞ୍ଜନ ବଡଜେନା ଓ ବେଗୁନିଆ ପାଇଁ ରିଷଭ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.