Below header

ସୁନ୍ଦରଗଡ଼ : ପୋଲିସର ଗୁଳିମାଡରେ ଅପରାଧୀ ଅନୀଲ ତିର୍କୀ ଆହତ

ସୁନ୍ଦରଗଡ଼ (କେନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଚାନ୍ଦିପୋଷ ସରଷିତ ଜଙ୍ଗଲର ରୁତୁକପେଡି ନିକଟରେ ପୋଲିସ ଗୁଳିମାଡରେ କୁଖ୍ୟାତ ଅପରାଧୀ ଅନୀଲ ତିର୍କୀ ଆହତ ହୋଇଛନ୍ତି। ଆହତ ଅନୀଲଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୁଖ୍ୟାତ ଅପରାଧୀ ଅନୀଲ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୨୨ରୁ ଅଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନୀଲ ବାଇକ ଯୋଗେ ରୁତୁକପେଡି ଜଙ୍ଗଲ ରାସ୍ତାରେ ଯାଉଥିବା ସୂଚନା ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଅନୀଲଙ୍କୁ ଗିରଫ କରିବା ପାଇଁ ଯାଇଥିଲେ। କିନ୍ତୁ ଅନୀଲ ପୋଲିସ ଉପରକୁ ଗୁଳି ମାଡ଼ କରିବାରୁ ଦୁଇଜଣ ପୋଲିସ ଆହତ ହୋଇଥିଲେ। ପରେ ପୋଲିସ ପାଲଟା ଗୁଳିମାଡ କରିବାରୁ ଅନୀଲର ଗୋଡରେ ଗୁଳି ବାଜି ଆହତ ହୋଇଥିଲେ। ଅନୀଲଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ବାଇକ ଓ ତିନି ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଥିବା ପୋଲିସ ପଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.