ଝିଅ ଜିଭାଙ୍କ ସହିତ ୬ଟି ଭାଷାରେ କଥା ହେଉଛନ୍ତି ଏମଏସ ଧୋନି, ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ

ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନର ଆପିଏଲର ଆରମ୍ଭ ବିଜୟ ସହିତ କରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଚେନ୍ନାଇ ପ୍ରଥମ ମୁକାବିଲାରେ ଆରସିବିକୁ ହରାଇଲା। ଚେନ୍ନାଇର ଆଗାମୀ ମୁକାବିଲା ଦିଲ୍ଲୀ ସହିତ ମଙ୍ଗଳବାର ଫିରୋଜଶାସ କୋଟଲା ମୈଦାନାରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଧୋନି ନିଜ ଝିଅ ଜିଭାଙ୍କ ସହିତ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଜିଭା ଧୋନିଙ୍କ ସହିତ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ଏବଂ ସେମାନଙ୍କର ଫଟୋ ଏବଂ ଭିଡିଓ ବହୁତ ଭାଇରାଲ ହୋଇଥାଏ।

ziva-dhoni ନିକଟରେ ଜିଭାଙ୍କର ଆଉ ଏକ ଭିଡିଓ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖାଯାଇଛି ଯେ ଜିଭା ଧୋନିଙ୍କ ସହିତ ୬ଟି ଭାଷାରେ କେମିତି ଅଛନ୍ତି ବୋଲି ପଚାରୁଛନ୍ତି। ଏହି ଭାଷା ଗୁଡିକ ମଧ୍ୟରେ ରହିଛି ତାମିଲ,ବଙ୍ଗାଳି, ଗୁଜରାଟୀ,ଭୋଜପୁରି, ପଞ୍ଜାବୀ ଏବଂ ଉର୍ଦ୍ଧୁ ମଧ୍ୟ ସାମିଲ ରହିଛି।

ଧୋନି ଭୋଜପୁରୀରେ ଜିଭାଙ୍କୁ ପଚାରୁଛନ୍ତି-‘କେସନ ବା’, ଜିଭା କହୁଛନ୍ତି-‘ଠିକୁ ବା’। ଧୋନି ପୁଣି ଥରେ ପଞ୍ଜାବୀରେ ପଚାରୁଛନ୍ତି-‘କିଦ୍ଦା‘, ଜିଭା କହୁଛନ୍ତି-‘ବଢ଼ିଆ‘। ଧୋନି ଏହିଭଳି ଭାବେ ଛଅ ଭାଷାରେ ଜିଭାଙ୍କ ସହିତ କଥା ହେଉଛିନ୍ତି। ଧୋନି ତାଙ୍କୁ ପ୍ରଶ୍ନ ପଚାରିବାର ଡେରୀ ନକରି ଜିଭା ତାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ଏହା ପୂର୍ବରୁ ଜିଭାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଖାଉଛନ୍ତି,ଏହି ସମୟରେ ଯିଏ ତାଙ୍କ ଫଟୋ ଉଠାଇବା ଚେଷ୍ଟା କରୁଛନ୍ତି ସେ ରାଗିଯାଇ ‘ନୋ ଫଟୋ’ କହି ମନା କରୁଛନ୍ତି। ସେ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି।

 

View this post on Instagram

 

A post shared by M S Dhoni (@mahi7781) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.