Below header

ପୁଅ ବିରୋଧରେ ପ୍ରଚାର କରିବେ ନାହିଁ ବାପା, କାରଣ ?

ନୂଅଦିଲ୍ଲୀ : ପାରାଦୀପରେ ଦାମୋଦର ରାଉତ ଓ ପୁଅ ସନ୍ଦୀପ ରାଉତ, ସୁନ୍ଦରଗଡ଼ରେ ହେମାନନ୍ଦ ବିଶ୍ୱାଳ ଓ ଝିଅ ସୁନୀତା ବିଶ୍ୱାଳ ଭିନ୍ନ ଭିନ୍ନ ଦଳରୁ ପ୍ରତିନିଧିତ୍ୱ କରୁଥବାରୁ ତାକୁ ନେଇ ରାଜ୍ୟ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ଠିକ୍‌ ସେମିତି ପରିସ୍ଥିତି ଦେଖା ଦେଇଛି ହିମାଚଳ ପ୍ରଦେଶରେ । ହିମାଚଳରେ ଶାସକ ବିଜେପି ସରକାରରେ ମନ୍ତ୍ରୀ ଅଛନ୍ତି ଅନୀଲ ଶର୍ମା । ଯିଏକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖରାମଙ୍କ ପୁଅ । ବାପା ଅନୀଲ ସିନା ବିଜେପିରେ ଅଛନ୍ତି ହେଲେ ପୁଅ ଆଶ୍ରୟ ଶର୍ମା ଏବେ କଂଗ୍ରେସରେ । ଏହି ରାଜ୍ୟର ମଣ୍ଡି ଲୋକସଭା ଆସନରୁ ଆଶ୍ରଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି । ସେପଟେ ମଣ୍ଡି ବିଧାନସଭା ଆସନରେ ବିଧାୟକ ଅଛନ୍ତି ବାପା ଅନୀଲ । ଏବେ ପୁଅ କଂଗ୍ରେସ ଟିକେଟ୍‌ ପାଇବା ପରେ ବାପା ଅଡୁଆରେ ପଡ଼ି ଯାଇଛନ୍ତି । ତେବେ ଅଡୁଆ ତୁଟାଇବାକୁ ଯାଇ ଅନୀଲ ଶର୍ମା ସିଧାସଳଖ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ ସେ ତାଙ୍କ ପୁଅ ବିରୋଧରେ ପ୍ରଚାର କରିବେ ନାହିଁ ।
ମଣ୍ଡି ଲୋକସଭା ଆସନରୁ ବିଜେପି ପାଇଁ ପ୍ରାର୍ଥୀ ହୋଇଛନ୍ତି ରାମସ୍ୱରୂପ ଶର୍ମା । ଯିଏକି ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି । ତେବେ ଗତ ୨୫ ତାରିଖରେ ବାପା ସୁଖରାମ ଓ ପୁଅ ଆଶ୍ରୟ କଂଗ୍ରେସରେ ଯୋଗ ଦେବା ପରେ ଅନୀଲଙ୍କ ପାଇଁ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି । ଅବଶ୍ୟ ପୁଅ ଟିକେଟ୍‌ ପାଇବା ପରେ ସେ ତୁରନ୍ତ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କୁ ଏକଥା ଜଣାଇ ଦେଇଥିଲେ ଓ ମଣ୍ଡି ବ୍ୟତୀତ ଅନ୍ୟ ସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ପ୍ରଚାର କରିବେ ବୋଲି ଜଣାଇ ଦେଇଛନ୍ତି । ଏକଥା ବିଜେପି ପକ୍ଷରୁ ମଧ୍ୟ ସ୍ପଷ୍ଟ କରି ଦିଆଯାଇଛି । ହିମାଚଳ ପ୍ରଦେଶ ବିଜେପି ସଭାପତି ସତପାଲ ସିଂହ ସତ୍ତି କହିଛନ୍ତି, ଇଏ ହେଉଛି ଅନୀଲ ଶର୍ମାଙ୍କ ପାରିବାରିକ ସମସ୍ୟା ଗଣମାଧ୍ୟମ ଏହାକୁ ନେଇ ଏତେ ତମ୍ବିତୋଫାନ କରିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.