Below header

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସେବା କରିବି : ନବୀନ ପଟ୍ଟନାୟକ

କେନ୍ୟୁଜ୍ : କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୦ଟା ୩୫ରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ହେଲିପ୍ୟାଡ୍‌ରେ ପହଞ୍ଚି ରାମପୁର ଛକ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ସଭାରେ ଯୋଗଇ କେନ୍ଦ୍ର ଉପରେ ବର୍ଷିଛନ୍ତି। କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହୋଇ ସାରିଲେଣି। କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବିଜେପି । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସରକାର ଶାସନକୁ ଆସିବାର ପ୍ରଥମ ଦିନରେ ୨ଟି କିସ୍ତିର କାଳିଆ ଟଙ୍କା ମିଳିବ। ତିତିଲି, ମରୁଡ଼ି ବେଳେ କେନ୍ଦ୍ରୀୟ ନେତା ଆସିଲେନି କି ଓଡ଼ିଶାକୁ ସହାୟତା ବି ଦେଲେନି । ଏବେ ନିର୍ବାଚନ ହେଲା, ଭୋଟ ପାଇଁ ଆସିଲେ । ବଡ଼ ବଡ଼ ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବି ।

କନ୍ଧମାଳ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣି କହଁରଙ୍କ ପାଇଁ ପ୍ରଚାର କରି ପାଇଁ ଭୋଟ ଭିକ୍ଷା କରିଛନ୍ତି ନବୀନ । ଏହାପରେ ୧୧ଟା ୨୫ରେ ଗଞ୍ଜାମ ଜିଲ୍ଲା ଧରାକୋଟ ହେଲିପ୍ୟାଡ୍‌ରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୧୨ଟା ୫ରେ ଶଶିଭୂଷଣ ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରୁ ରୋଡ୍‌ ସୋ କରିବେ । ସୋରଡ଼ା ବ୍ଲକ୍‌ ଛକରୁ କ୍ଷେତ୍ରୀୟ ବରପୁର ହାଇସ୍କୁଲ ଗ୍ରାଉଣ୍ଡ ପର୍ଯ୍ୟନ୍ତ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସାଢେ ଗୋଟାଏରେ ଆସିକାରେ ଜନସଭାରେ ଉଦବୋଧନ ଦେବେ । ଅପରାହ୍ନ ୩ଟାରେ ପୋଲସରାରେ ସାଧାରଣ ସଭାରେ ଯୋଗଦେବେ ନବୀନ । ଶେଷରେ ୩ଟା ୪୦ରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗାନ୍ଧି ପଡ଼ିଆରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.