ଆଇପିଏଲ୍‌ : ଆଜି ଖେଳାଯିବ ୨ଟି ମ୍ୟାଚ୍‌, କୋହଲିଙ୍କ ଟିମ୍‌ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ/ଚଣ୍ଡିଗଡ଼ : ଆଇପିଏଲ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ଅପରାହ୍ନ ୪ଟାରେ ମୁମ୍ବାଇରେ ମୁକାବିଲା କରିବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ସେହିପରି ରାତି ୮ଟାରେ ଚଣ୍ଡିଗଡ଼ରେ ଲଢ଼େଇ ହେବ କିଙ୍ଗସ ଇଲେଭେନ୍‌ ପଞ୍ଜାବ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ।
ଚଳିତ ଆଇପିଏଲ୍‌ରେ ସବୁଠାରୁ ଦୁଃଖଦାୟକ କଥା ହେଉଛି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ଜିତି ପାରିନାହିଁ । ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ସବା ଶେଷରେ ରହିଛି । ପଏଣ୍ଟ ତାଲିକାରେ ‘୦’ ଲେଖା ଯାଇଛି । ଆଜି ଏହାର ଲଢ଼େଇ ପ୍ରୀତି ଜିଣ୍ଟାଙ୍କ ଦଳ ପଞ୍ଜାବ ସହିତ ହେବ । ଯିଏକି ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ୩ଟି ପରାଜୟ ସହ ୭ ପଏଣ୍ଟ ପାଇଛି । ନିହାତି ଭାବେ ଆଜିର ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ବାଙ୍ଗାଲୋର । ଦ୍ୱିତୀୟରେ ଏହିଠାରୁ ଜିତିବା ଆରମ୍ଭ କଲେ ଏବଂ ବାକିଥିବା ୮ଟି ମ୍ୟାଚ୍‌ରେ ବିଜୟୀ ହେଲେ ଯାଇ ରୟାଲ ଚ୍ୟାଲେଞ୍ଜର୍ସ ଟାଇଟଲ୍‌ ଦୌଡ଼ରେ ରହି ପାରିବ ।

MUMBAI-RAJASTHAN
ଅନ୍ୟପକ୍ଷରେ ଆଜିର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପଲ୍ଲା ଭାରୀ ରହିଛି । ଏହି ଦଳ ୬ଟି ମ୍ୟାଚ୍‌ରେ ୪ଟି ବିଜୟ ଓ ଦୁଇଟି ପରାଜୟ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ତେବେ ବାଙ୍ଗାଲୋର ଠାରୁ ରାଜସ୍ଥାନ ରୟାଲ୍ସ ସାମାନ୍ୟ ଭଲ ପ୍ରଦର୍ଶନ କରି ୨ ପଏଣ୍ଟ ସହ ପଏଣ୍ଟ ତାଲିକାର ସପ୍ତମ ସ୍ଥାନ ଅର୍ଥାତ ବାଙ୍ଗାଲୋର ଉପରେ ହିଁ ରହିଛି । ୬ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ ।

IPL POINT TABLE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.