Below header

ନିର୍ବାଚନ ଲଢ଼ିବେନି ଧର୍ମେନ୍ଦ୍ର ପ୍ରଧାନ, ସ୍ପଷ୍ଟ କଲେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିବେନି । କେବଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ । ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ନେଇ ରାଜନୈତିକ ମହଲରେ ବହୁ ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ଅରୁଣ ସିଂ।

ପୂର୍ବରୁ ଧର୍ମେନ୍ଦ୍ର ପାଲଲହଡ଼ାରେ ଏକ ସ୍କୁଲ କାଯ୍ୟର୍କ୍ରମରେ ଏଥର ନିର୍ବାଚନ ଲଢ଼ିବା ନେଇ ଇଙ୍ଗିତ କରିଥିଲେ । ଏବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ଦଳ ସ୍ପଷ୍ଟ କରିବା ପରେ ବିଜେଡି ସମାଲୋଚନା କରିଛି । ମୋଦି କହୁଛନ୍ତି ଓଡ଼ିଶାରେ ଇତିହାସ ରଚିବ ବିଜେପି । ହେଲେ ଧର୍ମେନ୍ଦ୍ର କାହିଁକି ନିର୍ବାଚନ ଲଢ଼ିବାକୁ ଡରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ୫ ବର୍ଷ ଧରି ପ୍ରୋଜେକ୍ଟ ହୋଇ ଆସୁଛନ୍ତି ଧର୍ମେନ୍ଦ୍ର । ହେଲେ ସେ ନିର୍ବାଚନ ଲଢ଼ିବାକୁ ସାହସ ଜୁଟାଇ ନପାରିବା ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.