Below header

ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ, ଭୋଟରଙ୍କୁ ମନେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ସହ ୨୮ ବିଧାନସଭା ପାଇଁ କାଲି ସରିବ ପ୍ରଚାର। ତେଣୁ ଏହି କ୍ଷେତ୍ରରେ ଏବେ ଜୋରଦାର ପ୍ରଚାର। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ପ୍ରଚାର ଚଳାଇଛନ୍ତି। ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବ୍ରହ୍ମପୁର ସହରର ଓ୍ଵାର୍ଡ ବୁଲୁଛନ୍ତି। ସବୁ ଶକ୍ତି ଖଟାଉଛନ୍ତି ଚିକିଟି ବିଧାୟିକା ପ୍ରାର୍ଥୀ ଥିବା ଉଷା ଦେବୀ ।

ନବରଙ୍ଗପୁର ଲୋକସଭା ପାଇଁ ଲଢ଼େଇ ଜୋରଦାର ଚାଲିଛି। ବିଜେଡିରୁ ପ୍ରାର୍ଥୀ ଅଛନ୍ତି ରମେଶ ମାଝୀ ଓ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ପ୍ରଦୀପ ମାଝୀ। ଆଜି କୋଡ୍‌ପାଡରେ ରମେଶ ମାଝୀ ବିଧାୟକ ପ୍ରାର୍ଥୀ ଥିବା ପଦ୍ମିନୀ ଦିଆନଙ୍କ ସହ ରୋଡ୍‌ ଶୋ କରିଥିଲେ।

କୋରାପୁଟ ଓ କଳାହାଣ୍ଡିରେ ମଧ୍ୟ କାଲି ପ୍ରଚାର ସରିବ। ଆଜି ନବୀନ ନୂଅପଡ଼ା ଓ କଳାହାଣ୍ଡି ପ୍ରଚାର କରିଥିଲେ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଯାକ ଲୋକସଭା ଏବେ ବିଜେଡି ହାତରେ ରହିଛି। ଏହାସହ ଏହି ଲୋକସଭା ଅଧିନରେ ଥିବା ୨୮ଟି ବିଧାନସଭା ଆସନରୁ ୨୦୧୪ରେ ବିଜେଡି ୨୦, କଂଗ୍ରେସ ୬ ଓ ବିଜେପି ଦୁଇଟି ଆସନରେ ଜିତିଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ବିଜେଡିର ପ୍ରଥମ ଟେଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.