ସୁରା ସମ୍ରାଟ ବିଜୟ ମାଲ୍ୟାଙ୍କୁ ପୁଣି ଲଣ୍ଡନ କୋର୍ଟରୁ ଝଟ୍‌କା, ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ

ଲିକର ବାରୁନ୍‌ ବିଜୟ ମାଲ୍ୟାଙ୍କୁ ପୁଣି ଲଣ୍ଡନ କୋର୍ଟରୁ ଝଟ୍‌କା। ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ। ଆବେଦନକୁ ଖାରଜ କରିଛନ୍ତି ଲଣ୍ଡନ ହାଇକୋର୍ଟ। ଫଳରେ ଏବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ଆଉ ପାଦେ ଆଗେଇଥିବା କୁହାଯାଉଛି। ଭାରତକୁ ପ୍ରତ୍ୟର୍ପଣ ପାଇଁ ଲଣ୍ଡନର ୱେଷ୍ଟ ମିନିଷ୍ଟର କୋର୍ଟ ୨୦୧୮ ଡିସେମ୍ବରରେ ଅନୁମତି ଦେଇଥିଲେ । ଏହାପରେ ଫେବୃଆରୀ ମାସରେ ଏହାକୁ ଅନୁମୋଦନ ଦେଇଥିଲା ଲଣ୍ଡନର ଗୃହ ବିଭାଗ। ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମାଲ୍ୟା। ହାଇକୋର୍ଟରେ ଆବେଦନ ଖାରଜ ହୋଇଯିବା ପରେ ବର୍ତ୍ତମାନ ସୁପ୍ରିମ କୋର୍ଟରେ ଆବେଦନ କରିବା ବିକଳ୍ପ ଖୋଲା ରହିଛି। ଏହି ଆବେଦନ ପାଇଁ ୬ସପ୍ତାହ ସମୟ ଲାଗିପାରେ। ମାଲ୍ୟାଙ୍କ ବିରୋଧରେ ଠକେଇ, ମନି ଲଣ୍ଡରିଂ ଓ ଫେମା ଆଇନ୍‌ ଉଲ୍ଲଂଘନ ଭଳି ଅଭିଯୋଗ ରହିଛି। ବିଭିନ୍ନ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କା ଋଣ ନେଇ ନସୁଝିବା ପରେ ୨୦୧୬ରେ ଲଣ୍ଡନ ପଳାୟନ କରିଥିଲେ ବିଜୟ ମାଲ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.