ARIIA ର୍ୟାଙ୍କିଙ୍ଗରେ କିଟ୍କୁ ସଫଳତା, ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ର୍ୟାଙ୍କରେ KIIT ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର : ଅଟଳ ର୍ୟାଙ୍କିଂ ଅଫ ଇନଷ୍ଟିଚ୍ୟୁସନ୍ସ ଅନ୍ ଇନୋଭେସନ ଆଚିଭମେଣ୍ଟସ୍ ବା ARIIA ର୍ୟାଙ୍କିଂରେ କିଟ୍ ବିଶ୍ୱବିଦ୍ୟାଳୟକୁ ସଫଳତା । ସର୍ବଭାରତୀୟସ୍ତରରେ ଦ୍ୱିତୀୟ ର୍ୟାଙ୍କରେ ରହିଛି KIIT । ବେଷ୍ଟ ଇନୋଭେସନ କ୍ୟାଟେଗୋରୀରେ ଦ୍ୱିତୀୟ ର୍ୟାଙ୍କ ପାଇଛି କିଟ ବିଶ୍ୱବିଦ୍ୟାଳୟ । ଆଜି ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା KIIT ପୁରସ୍କୃତ ହୋଇଛି । କିଟ୍ ପକ୍ଷରୁ ସ୍କୁଲ ଅଫ୍ ବାୟୋଟେକ୍ନୋଲୋଜି ନିର୍ଦ୍ଦେଶକ ଡକ୍ଟର ମୃତୁଞ୍ଜୟ ସୁଆର ପୁରସ୍କାର ଗ୍ରହଣ କରିଛନ୍ତି ।
ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଷ୍ୟୁଟନାଲ ର୍ୟାଙ୍କି ଫ୍ରେମଓ୍ଵାର୍କ ବା NIRF -2019 ତାଲିକା । ନଅଟି ବର୍ଗରେ ର୍ୟାଙ୍କି ଘୋଷଣା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୟୁନିଭରସିଟି ର୍ୟାଙ୍କିରେ ଏକ ନମ୍ବର ସ୍ଥାନରେ ରହିଛି INDIAN INSTIUTE OF SCIENCE,ବାଙ୍ଗାଲୋର । ସେହିପରି ନୂଆଦିଲ୍ଲୀ ଜବହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବାରଣାସୀ ତୃତୀୟ ସ୍ଥାନରେ ରହିଛି । ସେପଟେ ଇଞ୍ଜିନିୟରିଂ କଲେଜରେ ର୍ୟାଙ୍କିଂରେ ଟପ୍ ଓ୍ଵାନରେ ରହିଛି IIT ମାଡ୍ରାସ, ଦ୍ୱିତୀୟରେ IIT ଦିଲ୍ଲୀ ଏବଂ ତୃତୀୟରେ IIT ବମ୍ବେ ସ୍ଥାନ ପାଇଛନ୍ତି । ସେହିପରି ନମ୍ବର ଓ୍ଵାନ ମେଡିକାଲ କଲେଜରେ ବାଜି ମାରିଛି ନୂଆଦିଲ୍ଲୀର AIIMS, ଦ୍ୱିତୀୟ ସ୍ଥାନରେ ରହିଛି PGIMER,ଚଣ୍ଡୀଗଡ଼ ।