ପାକିସ୍ତାନ ଏଫ୍-୧୬କୁ ଅଭିନନ୍ଦନ ଖସାଇଥିବାର ପ୍ରମାଣ ଦେଲା ବାୟୁସେନା

ନୂଆଦିଲ୍ଲୀ : ଫେବ୍ରୁଆରୀ ୨୭ ତାରିଖରେ ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଧ୍ୱଂସ କରିଛନ୍ତି କି ନାହିଁ ତାକୁ ନେଇ ଏବେବି ଆଲୋଚନା ସମାଲୋଚନା ଥମିବାର ନାଁ ନେଉନିି । ଠିକ୍ ଏତିକି ବେଳେ ବାୟୁସେନା ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯାଇଛି । ଆଜି ବାୟୁସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଅଧିକାରୀ କହିଛନ୍ତି ଯେ ଅଭିନନ୍ଦନ ମିଗ୍-୨୧ ବାଇସନ୍ ଯୁଦ୍ଧ ବିମାନ ଦ୍ୱାରା ଏଫ୍-୧୬କୁ ଖସାଇ ଦେଇଥିଲେ । ଘଟଣାର ପୂରା ପ୍ରମାଣ ବାୟୁସେନା ପାଖରେ ରହିଛି ବୋଲି ଏୟାର ଭାଇସ୍ ମାର୍ଶାଲ ଆର.ଜି.କେ କପୁର କହିଛନ୍ତି । ଏହା ସହିତ ସେ ସାମ୍ବାଦିକମାନଙ୍କୁ ରାଡାରରେ ଏହାର ଉଠିଥିବା ଫଟୋ ମଧ୍ୟ ଦେଖାଇଥିଲେ ।
ଏମିତିକି ସେହି ଦିନ ପାକିସ୍ତାନର ଏଫ୍-୧୬ ଧ୍ୱଂସ ହୋଇଥିବାର ପ୍ରମାଣ ଆମ ପାଖରେ ରହିଛି । ତେବେ ସୁରକ୍ଷା କାରଣର ଆମେ ତାହାକୁ ସାର୍ବଜନିକ କରି ପାରୁନାହୁଁ ବୋଲି ଭାଇସ୍ ମାର୍ଶାଲ କପୁର କହିଛନ୍ତି ।
ଦେଖନ୍ତୁ ଭାରତୀୟ ବାୟୁସେନା ସାମ୍ବାଦିକ ସମ୍ମିଳନୀର ଭିଡିଓ..
#WATCH: Indian Air Force (IAF) releases AWACS (Airborne Warning And Control System) radar images; Air Vice Marshal RGK Kapoor confirms Pakistan F-16 was downed by Indian Mig on February 27 pic.twitter.com/YnTnlZXsP7
— ANI (@ANI) April 8, 2019