ବିଶ୍ୱକପ୍‌ରେ ହାରିବା ପରେ କଣ କହିଲେ ଅଧିନାୟକ ବିରାଟ କୋହଲି…

ଆଇସିସି ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ୧୮ ରନ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ପରେ ସବୁ ପ୍ରଶଂସକଙ୍କ ଭଳି ଅଧିନାୟକ ବିରାଟ କୋହଲିଙ୍କ ମନଦୁଃଖ । ତେବେ ସେ ସେମିଫାଇନାଲ୍‌ ପରାଜୟର କିଛି କାରଣ କହିଛନ୍ତି । ଆସନ୍ତୁ ନଜର ପକାଇବା ତାଙ୍କ ପ୍ରତିକ୍ରିୟା ଉପରେ ।

୧-ଟୁର୍ଣ୍ଣାମେଣ୍ଟ ସାରା ଭଲ ଖେଳି ଥିଲେ ବି ଆମେ ଆଜି ଆମ ଇନିଂସ୍‌ ବେଳେ ପ୍ରଥମ ୪୦ ମିନିଟ୍‌ ଅତି ଖରାପ ଖେଳିଲୁ । ଏଇ ୪୦ ମିନିଟ୍‌ ହିଁ ଆମକୁ ହରାଇ ଦେଲା ।
୨-ନ୍ୟୁଜିଲାଣ୍ଡ ପେସ୍‌ ବୋଲର୍‌ମାନେ ପ୍ରଥମ ସ୍ପେଲ୍‌ରେ ଚମତ୍କାର ବୋଲିଂ କଲେ । ଯାହା ଦୁଇ ଦଳ ଭିତରେ ଫରକ ଆଣିଦେଲା ।
୩-ଋଷଭ ପନ୍ତ ଭଲ ଖେଳିଲେ ହେଲେ ଅଭିଜ୍ଞତା ନଥିବାରୁ ଠିକଣା ସମୟରେ ବଡ଼ ଭୁଲ କରି ଆଉଟ୍‌ ହେଲେ ।
୪-ପଡ଼ିଆ ବାହାରେ ବହୁତ କଥା କହିବା ଖୁବ୍‌ ସହଜ ହେଲେ ପଡ଼ିଆ ଭିତରେ ସ୍ଥିତି କିଛି ଅଲଗା ଥାଏ ।

ତେବେ ପୂରା ଟୁର୍ଣ୍ଣାମେଣ୍ଟରେ ଦଳର ଖେଳାଳିମାନେ ଭଲ ଖେଳିଥିବାରୁ ବିରାଟ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.