ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମିଳିବ ଅର୍ଥ

ଭୁବନେଶ୍ବର (କେନ୍ୟୁଜ୍) : ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ମିଳିବ ଅର୍ଥ । ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ । ଜମାକାରୀଙ୍କୁ ୬୩ କୋଟି ୫୫ ଲକ୍ଷ ଟଙ୍କା ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟରେ ଜମା ଥିବା ସମସ୍ତ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ପ୍ରୋଟେକସନ୍ ଅଫ୍ ଇଣ୍ଟ୍ରେଷ୍ଟ ଅଫ୍ ଡିପୋଜିଟର୍ସ ଆଇନ ଅନୁଯାୟୀ କଟକରେ ଥିବା ସ୍ୱତନ୍ତ୍ର ଡେଜିଗନେଟେଡ୍ କୋର୍ଟ ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇ ଶିକାର ହୋଇଥିବା ମାମଲାର ଶୁଣାଣି କରିଥିଲେ । ଏହାପରେ ହାଇଟେକ୍ ଗ୍ରୁପର ମୁଖ୍ୟ ତିରୁପତି ପାଣିଗ୍ରାହୀ, ଅନ୍ୟ ଦୁଇ ସହଯୋଗୀ ସ୍ୱତନ୍ତ୍ର କୋର୍ଟରୁ ଜାମିନ ନପାଇବା ପରେ ପ୍ରଥମେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଇଥିଲେ । ଏହାପରେ ଠକେଇ କରିଥିବା ସମସ୍ତ ଟଙ୍କା ଜମା ଦେଇ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଜାମିନ ବାବଦ ଜମା ଟଙ୍କା ପରବର୍ତ୍ତୀ ସମୟରେ କଟକ ସ୍ଥିତ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ଆକାଉଣ୍ଟକୁ ଆସିଥିଲା ।

hi tech ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ ଅନୁସାରେ ୨୦୧୭ ଜୁଲାଇ ୨୫ରେ ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ଏକ ଆବେଦନ କରାଯାଇଥିଲା। ଆବେଦନକୁ ଗ୍ରହଣ କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜମା ହୋଇଥିବା ୬୩ କୋଟି ୫୫ ଲକ୍ଷ ଟଙ୍କା ପ୍ରାଧିକୃତ ଅଧିକାରୀଙ୍କ ଜରିଆରେ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

Leave A Reply

Your email address will not be published.