ବାରାଣସୀ: ଗୁରୁ ପୂର୍ଣ୍ଣିମାରେ ମୁସଲମାନ ମହିଳା କଲେ ପାତାଲପୁରୀ ମଠ ପୀଠାଧୀଶ୍ବରଙ୍କ ପୂଜା

ଗୁରୁଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ବାରାଣସୀର ମୁସଲମାନ ମହିଳା ପାତାଲପୁରୀ ମଠ ପହଞ୍ଚିଥିଲେ। ଏଠାରେ ସେମାନେ ରୀତିନୀତି ଅନୁସାରେ ମଠର ପୀଠାଧୀଶ୍ବର ମହନ୍ତ ବାଳକ ଦାସଙ୍କ ପୂଜା କରିଥିଲେ। ମୁସଲମାନ ମହିଳା ଫାଉଣ୍ଡେଶନର ନ୍ୟାଶନାଲ ସଦର ନାଜନିନ୍ ଅଂସାରୀ ଅନ୍ୟ ମୁସଲମାନ ମହିଳାଙ୍କ ସହ ଗୁରୁଙ୍କ ଆଳତି କରିଥିଲେ। ଏହାସହ ରାମନାମୀ ଦୁପ୍ପଟା ମହନ୍ତଙ୍କୁ ଭେଟି ଦେଇଥିଲେ। ମୁସଲମାନ ସମାଜର ଲୋକଙ୍କ କହିବାନୁଯାୟୀ, ଗୁରୁଙ୍କ ସ୍ଥାନ ଜାତି ଓ ଧର୍ମର ଉପରେ ରହିଥାଏ। ଏହି ଭାବନା ରଖି ସେମାନେ ଗୁରୁଙ୍କ ପୂଜନ କରୁଛନ୍ତି।

ଏହି ଅବସରରେ ପୀଠାଧୀଶ୍ବର ମହନ୍ତ ବାଳକ ଦାସ କହିଥିଲେ, ‘ପାତାଲପୁରୀ ମଠ ହେଉଛି ଈଶ୍ବରଙ୍କ ସ୍ଥାନ। ଏଠାରେ ଜାତି, ଧର୍ମର ଭେଦଭାବ ହୋଇପାରିବ ନାହିଁ। ପୀଠରେ ଆୟୋଜିତ ରାମକଥାରେ ମଧ୍ୟ ମୁସଲମାନ ମହିଳା ଭାଗ ନେଇଥାଆନ୍ତି। ଆମ ମଠ ରାମାନନ୍ଦୀ ସମ୍ପ୍ରଦାୟର, ଯେଉଁଠି ଜାତି, ଧର୍ମର ବାଛବିଚାର ନାହିଁ। ଆମ ସମ୍ପ୍ରଦାୟର ସନ୍ଥ କବୀର ମଧ୍ୟ ଧାର୍ମିକ ଏବଂ ସାମାଜିକ ଏକତାର ଅଗ୍ରଦୂତ ଥିଲେ।’

ଅନ୍ୟପକ୍ଷରେ ନାଜନିନ୍ ଅଂସାରୀ ଅନ୍ୟ ମୁସଲମାନ ମହିଳାଙ୍କ ସହ ନିଜର ଖୁସି ବାଣ୍ଟିବା ସମୟରେ କହିଥିଲେ ଯେ ‘ଦେଶ ଏବଂ ସମାଜକୁ ଯୋଡ଼ିବା ରଖିବା ପାଇଁ ଗୁରୁଙ୍କର ଆବଶ୍ୟକତା ଅଛି। ଯିଏ ଭାଙ୍ଗିବା ଏବଂ ଅଲଗା କରିବାର କଥା ଉଠାଇଥାଏ, ହିଂସା ସୃଷ୍ଟି କରିଥାଏ, ସେ କାହାର ଗୁରୁ ହୋଇପାରିବେ ନାହିଁ। ଭେଦଭାବ କରୁଥିବା ମଣିଷ କେବେ କୌଣସି ଧର୍ମ ଗୁରୁ ହୋଇପାରିବେ ନାହିଁ।‘

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.