ବ୍ରିଟିଶ ମାଗାଜିନ୍ ‘ଓ୍ଵଗ୍’ର ଅତିଥି ସମ୍ପାଦକ ହେଲେ ପ୍ରିନ୍ସ ହ୍ୟାରିଙ୍କ ସ୍ତ୍ରୀ ମେଗାନ୍ ମାର୍କେଲ, ରଚିଲେ ଇତିହାସ
ବ୍ରିଟେନ୍ ରାଜକୁମାର ପ୍ରିନ୍ସ ହ୍ୟାରିଙ୍କ ସ୍ତ୍ରୀ ତଥା ହଲିଉଡ୍ ଅଭିନେତ୍ରୀ ମେଗାନ୍ ମାର୍କେଲ ପ୍ରତିଷ୍ଠିତ ଫ୍ୟାଶନ ମାଗାଜିନ୍ ‘ବ୍ରିଟିଶ୍ ଓ୍ଵଗ୍’ର ସେପ୍ଟେମ୍ବର ସଂଖ୍ୟାକୁ ସମ୍ପାଦନ କରିବେ। ପତ୍ରିକାର ୧୦୩ ବର୍ଷର ଇତିହାସରେ ସେପ୍ଟେମ୍ବର ସଂଖ୍ୟାର ପ୍ରଥମ ଅତିଥି ସମ୍ପାଦକ ହୋଇ ମେଗାନ୍ ଇତିହାସ ରଚିଛନ୍ତି।
ରାଜକୀୟ ପରିବାର ପକ୍ଷରୁ ଜାରି ଏକ ରିପୋର୍ଟ ଅନୁଯାୟୀ, ‘ଫୋର୍ସେସ୍ ଫର୍ ଚ୍ୟାଲେଞ୍ଜେସ୍’ ଶୀର୍ଷକ ଏହି ସଂସ୍କରଣ ଦୁନିଆର ଜଣାଶୁଣା ୧୫ଜଣ ମହିଳାଙ୍କ ଜୀବନୀ ଉପରେ ଆଧାରିତ ହେବ, ଯେଉଁମାନେ କି ନିଜ ନିଜ କ୍ଷେତ୍ରରେ ବେଶ୍ ସଫଳ ହୋଇପାରିଛନ୍ତି। ଏହି ସଂସ୍କରଣ ମହିଳାଙ୍କ ଜୀବନର ସମସ୍ତ କ୍ଷେତ୍ରରେ ସମାନତା, ଦୟା, ନ୍ୟାୟ, ଉଚ୍ଚ ଚିନ୍ତାଧାରା ଆଦି ପ୍ରସଙ୍ଗ ଉଠାଇବା ଉପରେ ଫୋକସ୍ କରିବ।
ମେଗାନ୍ ସବୁ ପ୍ରସଙ୍ଗ ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଓ୍ଵଗ୍ ପତ୍ରିକାର ପ୍ରଧାନ ସମ୍ପାଦକଙ୍କ ସହିତ ୭ ମାସ କାମ କରିଛନ୍ତି। ଏହି ସଂଖ୍ୟାରେ ମେଗାନ୍ ଓ ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମାଙ୍କ ମଧ୍ୟରେ ଏକ ସ୍ପଷ୍ଟ କଥୋପକଥନ ହେବ।
ଏହାସହ ପଢ଼ନ୍ତୁ: ହଳଦିଆ ସାଢ଼ୀ ପିନ୍ଧା ଅଫିସର ପୁଣି ଟିକଟକରେ କଲେ ବୋବାଲ୍, ଦର୍ଶକ କହିଲେ ସପନା ଚୌଧୁରୀଙ୍କୁ ପକାଇଦେବେ ପଛରେ
ମେଗାନ୍ ମାର୍କେଲ ରାଜ ପରିବାରର ସମସ୍ତ ବୋହୂମାନଙ୍କଠାରୁ ଅଲଗା। ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି ତାହା ହେଲା, କେବଳ ସେ କଳାକାର ନୁହଁନ୍ତି, ବରଂ ଆମେରିକୀୟ। ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରିବା ପୂର୍ବରୁ ସେ ଓ ତାଙ୍କ ପ୍ରଥମ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଥିଲା। ସେ ଆମେରିକୀୟ-ଆଫ୍ରିକୀୟ ବ୍ରିଡ୍ ଥିଲେ। ମେଗାନ୍ ଜଣେ ହଲିଉଡ୍ ଷ୍ଟାର୍। ତାଙ୍କ ପୂରା ନାମ ରଚେଲ ମେଗାନ୍ ମାର୍କେଲ। ସେ ଆମେରିକୀୟ ଟେଲିଭିଜନ ଦୁନିଆରେ ଏକ ଲମ୍ବା ସମୟ ବିତାଇଥିଲେ। ଆମେରିକୀୟ ଟିଭି ସିରିଜ୍ରେ ମେଗାନଙ୍କୁ ରଚେଲ ଭୂମିକାରେ ଅଧିକ ଲୋକପ୍ରିୟତା ମିଳିଥିଲା।