ଜିଏସ୍ଏସ୍ଏସବିରେ ବହୁ ପଦବୀ ଖାଲି, ଆପଣ ମଧ୍ୟ କରିପାରନ୍ତି ଆବେଦନ. .

ବେରୋଜଗାର ବ୍ୟକ୍ତି ସବୁବେଳେ ରୋଜଗାର ପାଇଁ ପନ୍ଥା ଖୋଜୁଥାଏ। ଯଦି ଆପଣମାନେ ଏବେ ସରକାରୀ ଚାକିରି ସନ୍ଧାନରେ ରହିଛନ୍ତି, ତେବେ ଏହି ସବୁ ପଦବୀରେ ଆବେଦନ କରିପାରିବେ। ଗୁଜରାଟ ଅଧିନସ୍ଥ ସେବା ଚୟନ ବୋର୍ଡ ପକ୍ଷରୁ ୪୦୮ଟି ଅତିରିକ୍ତ ସହାୟକ ଯନ୍ତ୍ରୀ , ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଅନ୍ୟ ପଦବୀ ଖାଲି ରହିଛି।
ଏଥିରେ ଅତିରିକ୍ତ ସହାୟକ ଯନ୍ତ୍ରୀ, କୃଷି ସହାୟକ, ସିନିଅର ଫାର୍ମାସିଷ୍ଟ, ଆସିଷ୍ଟାଣ୍ଟ ଫାର୍ମାସିଷ୍ଟ, ଲାଇବ୍ରେରିଆନ, ଫିଜିଓଥେରାପିଷ୍ଟ, ଲ୍ୟାବ ଆସିଷ୍ଟାଣ୍ଟ, ମେକାନିକ ଭଳି ଅନେକ ପଦବୀ ଖାଲି ରହିଛି। ଆଦେବନ କରିବା ପାଇଁ ପ୍ରାର୍ଥୀ ୧୦ମ/ ୧୨ଶ/ ଇଂଜିନିୟରିଂ ଡିପ୍ଲୋମା/ ସ୍ନାତ୍ତୋକତ୍ତର କରିଥିବା ଆବଶ୍ୟକ।
ଏଥିରେ ଆବେଦନ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ୨୪-୮-୧୯ ରହିଛି। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହୋଇଥିବା ଆବଶ୍ୟକ। ମାସିକ ଦରମା ୯,୪୦୦-୧,୨୬,୦୦୦/ଟ.। ଇଚ୍ଛୁକ ଥିବା ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ। ବୋର୍ଡ ପକ୍ଷରୁ ଆବେଦନ ଶୁଳ୍କ ୧୦୦/ଟ. ରଖାଯାଇଛି।

Leave A Reply

Your email address will not be published.