ରାଜ୍ୟ ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର ନିଲମ୍ବିତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟ ପୋଲିସ ସଂଘ ସଭାପତି ତଥା ଏସିପି ସତ୍ୟଜିତ ମିଶ୍ର ନିଲମ୍ବିତ। ବାଲେଶ୍ୱର ବାଲିଆପାଳରେ ପୋଲିସ ଉପରେ ଉତ୍ତ୍ୟକ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଇନ ଆଣନ୍ତୁ ବୋଲି କହିଥିଲେ ସତ୍ୟଜିତ। ବାଲିଆପାଳ ଥାନା ଇନିସପେକ୍ଟରଙ୍କ ସମେତ ରାଜ୍ୟରେ ଆଉ କିଛି ସ୍ଥାନରେ ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସେଭଳି ଘଟଣାକୁ ନିନ୍ଦା କରିବା ସହ ଆଇନ ସପକ୍ଷରେ ରାଜ୍ୟ ପୋଲିସ ସଂଘ ସଭାପତି ସତ୍ୟଜିତ ମିଶ୍ର କହିଥିଲେ। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

 

Leave A Reply

Your email address will not be published.