ସୁବର୍ଣ୍ଣପୁର: ଚାଷ ଜମିରୁ ବାହାରୁଛି ହୀରା, ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି

ସୁବର୍ଣ୍ଣପୁର(କେନ୍ୟୁଜ୍): ଚାଷ ଜମିରୁ ବାହାରୁଛି ହୀରା। ହୀରାଲାଲଙ୍କ ଜମିରେ ରତ୍ନ ପଥର ଅଛି। ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟୁଛି। ଏମିତି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅନ୍ତର୍ଗତ ଗୋପପାଲି ଗାଁରେ। ହୀରାଲାଲ ମହାନନ୍ଦଙ୍କ ଜମିରୁ ରତ୍ନ ପଥର ବାହାରୁଥିବା ଖବର ଜାଣିବା ପରେ ଲୋକ ତାଙ୍କ ଚାଷ ଜମିକୁ ଖୋଳି ପକାଇଛନ୍ତି। ରତ୍ନ ପଥର ଖୋଜିବାରେ ସମସ୍ତ ବ୍ୟସ୍ତ। ଏହି ଖବର ଜାଣିବା ପରେ ଘଟଣାସ୍ଥଳରେ ପୋଲିସ ଓ ମାଇନିଂ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଜାରି ହୋଇଛି ୧୪୪ ଧାରା। ତଥାପି ଲୋକ ହୀରା ପାଇବା ଆଶାରେ ଏଠାକୁ ଆସୁଛନ୍ତି। ମାଟି ଖୋଳି ହୀରା ଖୋଜୁଛନ୍ତି। ଦାବି ହୋଇଛି, ହୀରାଲାଲଙ୍କ ଏହି ଜମିକୁ ସରକାରୀ ଭାବେ ଲିଜ୍‌ରେ ଦିଆଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଉ।

Leave A Reply

Your email address will not be published.