ଜିଲ୍ଲାପାଳଙ୍କ ପରେ ଚର୍ଚ୍ଚାରେ ବିଡିଓ, ମିସ୍ତ୍ରୀ ସାଜିଲେ ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ବିଡିଓ ଅଶୋକ ବେହୁରିଆ

ଗଞ୍ଜାମ(କେନ୍ୟୁଜ୍): ଜିଲ୍ଲାପାଳଙ୍କ ପରେ ଚର୍ଚ୍ଚାରେ ବିଡିଓ। ମିସ୍ତ୍ରୀ ସାଜିଲେ ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକ ବିଡିଓ ଅଶୋକ ବେହୁରିଆ। ପିଲାଙ୍କୁ ପାଠ ପଢାଇବା ସହ ପରଖିଲେ ମଧ୍ୟାହ୍ନ ଭୋଜନର ମାନ। ବିଡିଓ ଅଶୋକ ବେହୁରିଆ ଆଜି ସକାଳେ ହତାଠ୍‌ ନିଜ ବ୍ଲକ ଅନ୍ୟର୍ଗତ ବିଭିନ୍ନ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପିଲାଙ୍କୁ ପାଠ ପଢାଇଥିଲେ। ସେଠାରେ ଆବାସ ଯୋଜନରେ ଗୃହ କାର୍ଯ୍ୟ ଚାଲିଥିବାବେଳେ ନିଜେ ମିସ୍ତ୍ରୀ ସାଜି କରଣି ଧରି ଇଟା ବସାଇଥିଲେ ବିଡିଓ। ଏହାକୁ ନେଇ ବିଭିନ୍ନ ମହଲରୁ ବିଡିଓଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଖଲ୍ଲିକୋଟ ବ୍ଲକ ମଥୁରା ଅ଼ଞ୍ଚଳରେ ପହଞ୍ଚି ଚାଷୀ ମାନଙ୍କ ସହ ବିଲରେ ଧାନ ରୋଇଥିଲେ।

Leave A Reply

Your email address will not be published.