ଅଶାନ୍ତ ସମୁଦ୍ର : ପୁରୀ ବେଳାଭୂମିରୁ ଭାସିଗଲା ଦୋକାନ ଘର, ଚନ୍ଦ୍ରଭାଗା ନୋଳିଆ ସାହି ଭିତରକୁ ମାଡ଼ି ଗଲା ଜୁଆର

ପୁରୀ(କେନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଚିତାଲାଗି ଅମାବାସ୍ୟାଠାରୁ ସଂପୂର୍ଣ୍ଣ ଅଶାନ୍ତ ହୋଇପଡିଛି ସମୁଦ୍ର। ଆଜି ସକାଳୁ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଫଳରେ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ କିଛି ଦୋକାନ ଘର ସମୁଦ୍ରରେ ଭାସି ଯାଇଛି।  ଦୋକାନୀମାନେ ଆତଙ୍କିତ ହୋଇପଡିଛନ୍ତି।

ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ମାଡ଼ିଗଲା ଜୁଆର

ଗୋପ (କେନ୍ୟୁଜ୍) : ସେହିପରି କୋଣାର୍କ ଚନ୍ଦ୍ରଭାଗା ସ୍ଥିତ ନୋଳିଆ ସାହି ଭିତରକୁ ପ୍ରାୟ ୧୦୦ ମିଟର ଯାଏ ସମୁଦ୍ର ଜୁଆର ମାଡ଼ି ଆସିଛି । ଜୁଆର ମାଡ଼ରେ ମତ୍ସ୍ୟଜୀବୀଙ୍କ କିଛି ଡଙ୍ଗା ସମୁଦ୍ର ଭିତରକୁ ଚାଲି ଯାଇଥିବା ସେମାନେ କହିଛନ୍ତି । ଲଘୁଚାପ ଜନିତ ବର୍ଷା ଏବଂ ଅମାବାସ୍ୟା ତିଥିରେ ଏହି ଜୁଆର ଏବେ ନୋଳିଆ ବସ୍ତିରେ ଭୟ ସୃଷ୍ଟି କରିଛି ।

ASTARANGA BEACH