ସଇତାନ ପୁଅ: ଜୀବନ ନେଇଗଲା ଜନ୍ମକଲା ମା’ର

ଦେବଗଡ(କେନ୍ୟୁଜ): ଘରେ ପୁଅଟିଏ ଜନ୍ମ ହେଲେ ବାପା ମା’ ଙ୍କ ଖୁସି କହିଲେ ନସରେ । ଏଥିପାଇଁ କେତେ ଦିଅଁ ଦେବତାଙ୍କୁ ମାନସିକ କରିଥାନ୍ତି । ଆଶା କରିଥାନ୍ତି ବୃଦ୍ଧାବସ୍ଥାରେ ପୁଅ ଆଶାବାଡ଼ି ପରି ସାହା ହେବ । ଆଉ ସବୁଠାରୁ ଘରର ସାନ ମାନେ ହିଁ ମା’ର ଟିକେ ଅଧିକ ଗେଲ ବସରିଆ ହେଇଥାନ୍ତି । ସେ ଝିଅ ହେଉ କି ପୁଅ । ଆଉ ଯଦି ସେଇ ଆଦରର ପୁଅ ନିଜ ମା’ର ପ୍ରାଣ ନେବାକୁବି ଟିକେ କୁଣ୍ଠାବୋଧ ନକରେ ଭାବିଲେ ଦେଖି କେତେ ହୃଦୟ ବିଦାରକ ପରିସ୍ଥିତି ହେବ ।
ଠିକ୍ ଏମିତି ଏକ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରା ପାଲି ଗ୍ରାମରେ । ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ୨୨ ବର୍ଷର ସୁରେଶ କିଶାନ ନାମକ ଯୁବକ ନିଜ ମା’ କୁନ୍ତଳା କିଶାନଙ୍କ ଜୀବନ ନେଇଛି । ଆଜି ଏ ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ତୁରନ୍ତ ରିଆମାଳ ପୋଲିସ୍ କୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆସାମୀ ସାନ ପୁଅକୁ ଗିରଫ କରିିଛି । ଏପଟେ ରିଆମାଳ ପୋଲିସ୍ ସାଇଣ୍ଟି ଫିକ୍ ଟିମ୍ ଙ୍କୁ ଏ ସମ୍ପର୍କରେ ଜଣାଇ ବା ସହିତ ଘଟଣାସ୍ଥଳରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।
ତେବେ ପୁଅଟିଏ ପାଇଁ ମା’ ଟିଏ ବାର ବ୍ରତ ଓ ମାନସିକ କରିଥାଏ । ସକଳ ଦୁଃଖ କଷ୍ଟକୁ ଭୁଲି ନିଜ ପୁଅ ଯେପରି ଖୁସିରେ ରହିବ ସେଥିପାଇଁ ନିରନ୍ତର ପ୍ରୟାସ କରିଚାଲୁ ଥାଏ ମା’। ହେଲେ ଥରେ ଚିନ୍ତା କରନ୍ତୁ ଯଦି ସେହି ପୁଅ ସାମନ୍ୟ କେଉଁ କଥା ପାଇଁ ବର୍ବରଚିତ କାଣ୍ଡକରି ମା’ର ଜୀବନ ନେବାକୁକୁ ପଛାଏ ନାହିଁ, ତେବେ ଏମିତି ସଇତାନ ପୁଅକୁ ଜନ୍ମ ଦେବା ଅପେକ୍ଷା ନିଃସନ୍ତାନ ହେବା ଶହେ ଗୁଣରେ ଭଲ । ଏଭଳି ଏକ ଛାତି ଥରା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।