କେନ୍ଦ୍ରାପଡ଼ା: ନଦୀ ମଝିରେ ଓଲଟି ପଡ଼ିଲା ଡଙ୍ଗା, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୩୦ରୁ ଅଧିକ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ନଦୀ ମଝିରେ ଓଲଟି ପଡ଼ିଲା ଡଙ୍ଗା। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୩୦ରୁ ଅଧିକ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଦ୍ଧାର ପାଇଥିବା ଛାତ୍ରଛାତ୍ରୀମାନେ ଯାଜପୁର ଜିଲ୍ଲା ଜରିଠାରେ ଥିବା ବିସିଜେ ହାଇସ୍କୁଲର ବୋଲି ଜଣା ପଡ଼ିଛି। ସବୁଦିନ ଭଳି ଆଜି ମଧ୍ୟ କାଣି ନଦୀର ମଧୁବନ ଘାଟରୁ ୩୦ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ପାଠ ପଢ଼ିବାକୁ ବାହାରିଥିଲେ। କିଛି ବାଟ ଯିବା ପରେ ହଠାତ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଦୀରେ ଓଲଟି ପଡିଥିଲା। ପିଲାମାନଙ୍କର ଚିତ୍କାର ଶୁଣି ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ।

Leave A Reply

Your email address will not be published.