ସବୁଠାରୁ ଅଧିକ ବିକ୍ରି ହେଉଥିବା ନୂଆ ଭେରିୟଣ୍ଟ Suzuki Access 125 ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ୍

Suzuki Motorcycle India ନିଜର ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନିଜର ସବୁଠାରୁ ପପୁଲାର ସ୍କୁଟର Suzuki Access 125ର ଡ୍ରମ ବ୍ରେକ ଭେରିୟଣ୍ଟ ସହିତ ଲଞ୍ଚ କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ Suzuki Access 125 ଭାରତରେ ସବୁଠୁ ଅଧିକ ବିକ୍ରି କରାଯାଉଥିବା ସ୍କୁଟର ଅଟେ। ସେହିଭଳି ନିକଟରେ କମ୍ପାନୀ ଏହାର ନୂଆ ଭର୍ସନ ଭାରତରେ ଲଞ୍ଚ କରିଛି।

ଦାମ ବିଷୟରେ କହିବାକୁ ଗଲେ Suzuki Access 125 ଅଲୟ ହ୍ବିଲ ସହିତ ୪ କଲର ସ୍କିମରେ ଉପଲବ୍ଧ ଅଟେ ଯାହା କ୍ରମଶଃ ପର୍ଲ ସୁଜୁକି ଡିପ ବ୍ଳୁ, ଗ୍ଲାସ ସ୍ପାର୍କଲ ବ୍ଲାକ, ମେଟାଲିକ୍ ମ୍ୟାଟ ଫାଇବ୍ରୋଇନ ଗ୍ରେ ଏବଂ ପର୍ଲ ମିରାଜ ହ୍ବାଇଟ। ଏହାଛଡା ଏହି ସ୍କୁଟର ସ୍ପେଶାଲ ଏଡିସନ ଏସଇ ଭେରିୟଣ୍ଟରେ ଉପଲବ୍ଧ ରହିଛି। ନୂଆ Suzuki Access 125 ସ୍କୁଟରର ଦାମ INR୫୯,୮୯୧(ଏକ୍ସ-ଶୋରୁମ, ନୂଆଦିଲ୍ଲୀ) ଏବଂ ସ୍ପେଶାଲ ଏଡିସନ INR୬୨୧,୫୯୦(ଏକ୍ସ-ଶୋରୁମ, ନୂଆଦିଲ୍ଲୀ)ରେ ଉପଲବ୍ଧ ରହିଛି।

tyre scooterସୁଜୁକି ଆକସେସ୍ ୧୨୫ରେ ୧୨୪ସିସିର ୪ ଷ୍ଟ୍ରୋକ ଲାଗିଛି ଏବଂ ଏହାସହିତ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଯାହା ୮.୭PSs ଏବଂ ୧୦.୨Nm ର ଟର୍କ ଦେଇଥାଏ। ଇଞ୍ଜିନରେ କୌଣସି ପ୍ରକାରର କୌଣସି ପରିବର୍ତ୍ତନ କରିନାହିଁ। ଏହି ଇଞ୍ଜିନ SEP ଟେକନିକରେ ଲେସ ରହିଛି ଯାହା ସାହାଯ୍ୟରେ ମିଳିଥାଏ ଉତ୍ତମ ରାଇଡିଂ ଏବଂ ପରଫରମାନ୍ସ। ରାଇଡରଙ୍କୁ ଆସ୍ବସ୍ତି ଦେବାପାଇଁ ସୁଜୁକି ନୂଆ ଆକସେସ୍ ୧୨୫ରେ ସହଜ ସ୍ମାର୍ଟ ସିଷ୍ଟମ, ସେଣ୍ଟ୍ରାଲ ଲକିଂ ଏବଂ ସୁରକ୍ଷା ଶଟର ଭଳି ଫିଚର୍ସକୁ ସାମିଲ କରାଯାଇଛି। ସେଫ୍ଟି ପାଇଁ ଏଥିରେ ଡିସ୍କ ବ୍ରେକର ମଧ୍ୟ ସୁବିଧା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.