ଜଳେଶ୍ବର: ମୃତ-ଜୀବିତ-ମୃତ !, ମୃତ ଘୋଷିତ ବାଳକ ଜୀବିତ ଥିବା ଅଭିଯୋଗ ଅଣି ପରିବାର ଲେକେ କଲେ ତୁମୁଳ କାଣ୍ଡ

ମୃତ-ଜୀବିତ-ମୃତ। ଜଣେ ବାଳକର ମୃତ୍ୟୁକୁ ନେଇ ଏବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚର୍ଚ୍ଚା। ମୃତକ ହେଲେ ରାଜପୁର ଗାଁର ଶେଖ ବାବୁଲା ଖାଁଙ୍କ ୧୨ ବର୍ଷର ପୁଅ ଶେଖ ହଲିମ୍‌ ଖାନ୍‌। ଜ୍ୱର ହେଉଥିବାରୁ ଜଳେଶ୍ୱର ହସ୍ପିଟାଲରେ ତାଙ୍କୁ ଆଜି ସକାଳେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତଦେହକୁ ସଂସ୍କାର କରିବାକୁ ନେବା ବେଳେ ପୁଅ ବଞ୍ଚିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପୁଣି ଥରେ ଆଣିଥିଲେ ହସ୍ପିଟାଲ। ଜଳେଶ୍ୱର ହସ୍ପିଟାଲରେ ଅକ୍ସିଜେନ୍‌ ଲଗାଇ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ୱରରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଜଳେଶ୍ୱର ହସ୍ପିଟାଲ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ଦାୟୀ କରି ତାତିଥିଲେ ଲୋକ। ହସ୍ପିଟାଲରେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ।

Leave A Reply

Your email address will not be published.