କାହିଁକି ନୀଳ ରଙ୍ଗର ଜର୍ସିି ପିନ୍ଧନ୍ତି ଟିମ୍‌ ଇଣ୍ଡିଆ ଖେଳାଳି ?

୧୫ ଅଗଷ୍ଟ ୧୯୪୭ରେ ଦେଶକୁ ସ୍ୱାଧୀନତା ମିଳିବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ନିଜ ଦେଶ ପାଇଁ ଖେଳିବା ଆରମ୍ଭ କରିଥିଲେ । ତା ପୂର୍ବରୁ ରାଜା, ମହାରାଜା ଏବଂ ଇଂରେଜମାନେ କ୍ରିକେଟ ଖେଳୁଥିଲେ । ସ୍ୱାଧୀନତା ପରେ ୧୯୪୭ – ୪୮ରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା ଭାରତର ପ୍ରଥମ ଟିମ୍‌ । ପ୍ରଥମେ କ୍ରିକେଟ୍‌ ଧଳାରଙ୍ଗର ପୋଷାକରେ ଖେଳା ଯାଉଥିଲା । ଯାହା ଆଜି ବି ଜାରି ରହିଛି କେବଳ ଟେଷ୍ଟ ମ୍ୟାଚ୍‌ରେ । ହେଲେ ୧୯୯୨ ବିଶ୍ୱକପ୍‌ ପରେ ହିଁ ଆରମ୍ଭ ହୋଇଥିଲା ରଙ୍ଗୀନ କପଡାର ଯୁଗ । ସେବେଠାରୁ ଟିମ୍‌ ଇଣ୍ଡିଆର ଜର୍ସିର ରଙ୍ଗ ହୋଇଥିଲା ନୀଳ ।

MEN IN BLUE-4MEN IN BLUE-2ବିଗତ ୪୪ ବର୍ଷ ହେବ ମେନ୍‌ ଇନ୍‌ ବ୍ଲୁର ଏହି ଜର୍ସିର ଡିଜାଇନ୍‌, ପାଟର୍ଣ୍ଣ ଏବଂ କପଡା କାହିଁ କେତେ ଥର ବଦଳିଛି ଠିକ୍‌ ନାହିଁ । ବାସ୍‌ ଗୋଟିଏ ଜିନିଷ ବଦଳିନି, ତାହା ହେଉଛି ଜର୍ସିର ନୀଳ ରଙ୍ଗ । ଆପଣ କଣ ଜାଣନ୍ତି ଟିମ୍‌ ଇଣ୍ଡିଆର ଜର୍ସିର ରଙ୍ଗ ନୀଳ କାହିଁକି । ଦେଶର ଗୌରବ ତ୍ରିରଙ୍ଗାରେ ଥିବା ତିନିଟି ରଙ୍ଗ ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗରେ ପ୍ରସ୍ତୁତ ହୋଇଥାନ୍ତା ଟିମ୍‌ ଇଣ୍ଡିଆର ଜର୍ସି । କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣରୁ ଏହାର ରଙ୍ଗ ନୀଳ କରାଯାଇଥିଲା ।

ପ୍ରକୃତରେ କମଳା ରଙ୍ଗ ଦେଶର ଏକ ରାଜନୈତିକ ପାର୍ଟି ଆଡକୁ ଇଶାରା କରୁଥିଲା । ସେଥିପାଇଁ ଟିମ୍‌ ଇଣ୍ଡିଆକୁ ଏହି ଜର୍ସି ଦିଆ ଯାଇନଥିଲା । ସେପଟେ ଟେଷ୍ଟ ମ୍ୟାଚ୍‌ର ଜର୍ସି ପ୍ରଥମରୁ ଧଳା ରଙ୍ଗର ଥିଲା । ସେଥିପାଇଁ ଏହି ରଙ୍ଗ ଦିଆଗଲା ନାହିଁ । ସେହିପରି ପଡୋଶୀ ପାକିସ୍ତାନର ପତାକା ରଙ୍ଗ ସବୁଜ ଥିଲା । ତେଣୁ ଟିମ୍‌ ଇଣ୍ଡିଆର ଜର୍ସିକୁ ସବୁଜ ରଙ୍ଗ ମଧ୍ୟ କରାଗଲା ନାହିଁ ।
ଭାରତର ଜାତୀୟ ପତାକା ମଝିରେ ରହିଛି ୨୪ଟି ଅର ବିଶିଷ୍ଟ ଅଶୋକଚକ୍ର । ଏହାର ରଙ୍ଗ ହେଉଛି ନୀଳ । ସେଥିପାଇଁ ଟିମ୍‌ ଇଣ୍ଡିଆର ଜର୍ସିର ରଙ୍ଗ ନୀଳ କରିିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯାହା ଆଜି ଯାଏ କାଏମ ରହିଛି ।

Leave A Reply

Your email address will not be published.