ଭଉଣୀକୁ ଦିଅନ୍ତୁ ଏହି ‘୪ଟି ବଚନ’

ଆଜି ରକ୍ଷାବନ୍ଧନ। ଭାଇ-ଭଉଣୀଙ୍କ ପାଇଁ ଦିନଟିଏ। ଭଉଣୀଟି ଭାଇ ହାତରେ ରାଖି ବାନ୍ଧିଦେଲେ ଭାଇ ଦେଇଥାଏ ଏକ ସ୍ନେହଭରା ଉପହାର। କିନ୍ତୁ ଆଜିର ଦିନରେ ଆପଣ ଆପଣଙ୍କ ଭଉଣୀକୁ ଉପହାର ବଦଳରେ ଦେଇପାରିବେ ଏହି ‘୪ଟି ବଚନ’, ଯାହାକି ଭଉଣୀର ଜୀବନ ଜିଇଁବାର ତରିକା ବଦଳାଇଦେବ। ଆପଣ ଏହାକୁ ଆପଣାଇ ତା’ ଜୀବନକୁ ଆହୁରି ସୁଖମୟ କରିପାରିବେ।

ଏକୁଟିଆ ବଞ୍ଚିବା ଶିଖାନ୍ତୁ

ଅନେକ ସମୟରେ ଦେଖାଯାଏ, ଯଦି କେବେ ଭଉଣୀ ବାହାରକୁ ବୁଲିବାକୁ ବାହାରେ, ସେ ସବୁବେଳେ ଚାହେଁ ତା’ ଭାଇ ତାକୁ ସେଠି ଡ୍ରପ୍‌ କରିଦେଉ। ଆଉ ଯଦି ଆପଣଙ୍କ ଭଉଣୀ ବି ଏହା ଭାବୁଥାଏ, ତା’ହେଲେ ଏହି ରାଖିରେ ତା’ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରାନ୍ତୁ।

rakhi1

ଭଉଣୀକୁ ବନାନ୍ତୁ ମଜଭୁତ୍‌

ସାଧାରଣତଃ ଭାଇ ନିଜ ଉଭଣୀକୁ ଦୁର୍ବଳ ଭାବିଥାଏ। ରାତିରେ ଏକୁଟିଆ ଯିବୁନି, କିଏ କ’ଣ କହିଲେ, ଜବାବ ଦେବୁନି, ବାହାରକୁ ଯାଉଛୁ ଯଦି ଅଚିହ୍ନା ଲୋକଙ୍କ ସହିତ କଥା ହେବୁନି ଭଳି ଅନେକ କଥା କହିଥାଏ ଭାଇ। କିନ୍ତୁ ଆପଣ ଏହା ନ କହି ଉଭଣୀକୁ ମାନସିକ ଏବଂ ଶାରୀରିକ ସ୍ତରରେ ମଜଭୁତ୍‌ କରାନ୍ତୁ। ଏଥିଲାଗି ତାକୁ ମାର୍ସାଲ ଆର୍ଟସ୍‌ର କ୍ଲାସେସ୍‌ ଜଏନ୍‌ କରାଇ ପାରିବେ।

ଏହାସହ ପଢ଼ନ୍ତୁ: ରକ୍ଷାବନ୍ଧନରେ ଭାଇର ମୁଁହ ମିଠା ପାଇଁ ଘରେ ବନାନ୍ତୁ ମଲାଇ ବର୍ଫି..

rakhi4

ନିଷ୍ପତ୍ତି ନେବାରେ ସକ୍ଷମ କରାନ୍ତୁ

ଯଦି ଘରେ କୌଣସି ନିଷ୍ପତ୍ତି ନେବା ପାଇଁ ପଡ଼େ, ତେବେ ଭଉଣୀ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ଭାଇମାନେ ଭାବନ୍ତି। କିନ୍ତୁ ଆପଣ ଭଉଣୀକୁ ବୁଝାଇପାରିବେ କି, ସେ ମଧ୍ୟ ନିଷ୍ପତ୍ତି ନେବା ପାଇଁ ପୂରାପୂରି ସକ୍ଷମ।

ଭଉଣୀଙ୍କୁ ଦିଅନ୍ତୁ ଇମୋଶନାଲ୍‌ ସପୋର୍ଟ

ଘରେ ଏମିତି ଅନେକ ମୌକା ଆସିଥାଏ, ଯେତେବେଳେ ଆପଣଙ୍କ ଭଉଣୀ ପରିବାରଠାରୁ ଇମୋଶନାଲ୍‌ ସପୋର୍ଟ ଚାହେଁ। ଏଭଳି ସ୍ଥିତିରେ ଆପଣ ଭଉଣୀକୁ ଅନୁଭବ କରାନ୍ତୁ କି ତାଙ୍କୁ ଯେପରି ଆପଣଙ୍କର ଆବଶ୍ୟକତା ରହିଛି, ଠିକ୍‌ ସେପରି ଆପଣଙ୍କୁ ମଧ୍ୟ ତାଙ୍କର ଆବଶ୍ୟକତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.