ଭାରତଠାରୁ ବି ଶକ୍ତ ଏହି ଦେଶ ମାନଙ୍କର ଟ୍ରାଫିକ୍‌ ନିୟମ, ଜରିମନା ଦେବାପାଇଁ ନେବାକୁ ପଡିଥାଏ ଲୋନ୍‌!

ସଡକ ଦୁର୍ଘଟଣାରେ ସବୁଠାରୁ ଅଧିକ ଜୀବନ ଯାଉଥିବା ଦେଶ ମାନଙ୍କ ରେସରୁ ବାହାରକୁ ବହାରିବା ପାଇଁ ଭାରତ ସରକାର ସେପ୍ଟେମ୍ବର ୧ରୁ ନୂଆ ମୋଟର ବାହାନ ଅଧିନିୟମ ୨୦୧୯ ଲାଗୁ କରିଛନ୍ତି । ଏହାପରେ ସବୁ ରାଜ୍ୟ ଏବଂ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ବହୁ ରାଜ୍ୟରେ ନୂଆ ମୋଟର ଭେହିକିଲ୍‌ ଆକ୍ଟ ୨୦୧୯ ଲାଗୁ କରାଯାଇନଥିବାବେଳେ କିଛ ରାଜ୍ୟ ଜରିମନା କମ୍‌ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି ।

ସୂଚନା ଅନୁଯାୟୀ,ଶକ୍ତ ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତ ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମଠାରୁ ମଧ୍ୟ ଅଧିକ ରହିଛି । ଏଠାରେ ଭାରି ଜରିମନା ସହିତ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିଛି । ବହୁ ସ୍ଥାନରେ ଜରିମନା ଦେବା ପାଇଁ ଲୋକଙ୍କୁ ଲୋନ୍‌ ନେବାକୁ ପଡିଥାଏ କିମ୍ବା ନିଜର କ୍ରେଡିଟ୍‌ କାର୍ଡ ଆଦିରୁ ଭାରି ରକମର ଜରିମନା ଦେଇଥାନ୍ତି । ଏଠାରେ ଜରିମନା ବ୍ୟକ୍ତିଙ୍କର ଏକ ମାସର ଦରମା ଠାରୁ ମଧ୍ୟ ଅଧିକ ହୋଇଥାଏ ।

ଆସନ୍ତୁ ଜାଣିବା ଶକ୍ତ ଯାତାୟତ ନିୟମ ପ୍ରଚଳିତ ଥିବା ଦେଶ ଓ ସେମାନଙ୍କର ଜରିମନା ସମ୍ପର୍କରେ :

fineଆମେରିକା:

ଆମେରିକାରେ ଟ୍ରାଫିକ୍‌ ନିମୟ ବହୁତ କଠୋର । ଏଠାରେ ରାସ୍ତାରେ ଲାଗିଥିବା ସାଇନ୍‌ ବୋର୍ଡ ମାନଙ୍କର ମଧ୍ୟ ଠିକ୍‌ ଭାବେ ପାଳନ କରିବାକୁ ପଡିଥାଏ । ଯାହାକୁ ଭାରତରେ କରିବାକୁ ପଡିନଥାଏ ।

ଏଠାରେ ଜରିମନା କେତେ ଦେବାକୁ ପଡିଥାଏ: 

-ବିନା ସିଟ୍‌ ବେଲ୍ଟ-୧୮,୦୦୦ ଟଙ୍କା
-ବିନା ଲାଇସେନ୍ସ-୭୨,୦୦୦ ଟଙ୍କା
-ବିନା ହେଲମେଟ୍‌-୨୨,୦୦୦ଟଙ୍କା
-ନିଶାରେ ଡ୍ରାଇଭିଙ୍ଗ୍‌ କରିବା- ତିନି ମାସ ଯାଏଁ ଲାଇସେନ୍ସ କ୍ୟାନସଲ୍‌ ହେବା ସହିତ ଜରିମନା
ଡ୍ରାଇଭିଙ୍ଗ ସମୟରେ ଫୋନର ବ୍ୟବହାର-୭.୨୩ ଲକ୍ଷ ଟଙ୍କା

ସିଙ୍ଗାପୁର:

-ବିନା ସିଟ୍‌ ବେଲ୍ଟ-୮,୦୦୦ଟଙ୍କା

-ବିନା ଲାଇସେନ୍ସ-୩ଲକ୍ଷ ଟଙ୍କା

-ନିଶାରେ ଡ୍ରାଇଭିଙ୍ଗ୍‌ କଲେ-୩.୫୯ ଲକ୍ଷ ଟଙ୍କା ବା ୩ମାସ ଜେଲ୍‌, ଦ୍ୱିତୀୟ ଥର କଲେ ୭ଲକ୍ଷ ଟଙ୍କା ଜରିମନା
ଡ୍ରାଇଭିଙ୍ଗ ସମୟରେ ଫୋନର ବ୍ୟବହାର-୭୨,୦୦୦ଟଙ୍କା ବା ୬ମାସ ଜେଲ୍‌

ଋଷ:

policeଏଠାରେ ଟ୍ରାଫିକ୍‌ ନିୟମ ଖାଲି ଭାଙ୍ଗିବାରେ ଜରିମନା ଲାଗିନଥାଏ ବରଂ ଗାଡି ସଫା ଏବଂ ସୁନ୍ଦର ରଖିବା ମଧ୍ୟ ଜରୁରୀ ହୋଇପଡିଥାଏ । ଗାଡି ଅପରିଷ୍କାର ହେବାରେ ମଧ୍‌ଯ ୩୨୪୦ଟଙ୍କା । ଚାଲାଣ କଟାଯାଇଥାଏ । ଜୋରରେ ଗାଡି ଚଲାଇବା ଏଠାରେ ଏକ ଅପରାଧ ଶ୍ରେଣୀଭୁକ୍ତ ଅଟେ । ଗାଡିରେ ବସିଥିବା ପ୍ରତ୍ୟେକ ପ୍ୟକ୍ତଙ୍କୁ ସିଟ୍‌ ବେଲ୍ଟ ପିନ୍ଧିବାକୁ ପଡିଥାଏ । ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇଲେ ୫୪,୦୦୦ଟଙ୍କା ଚାଲାଣ କଟାଯାଇଥାଏ । ଏହାସହିତ ତିନି ବର୍ଷ ଯାଏଁ ଡ୍ରାଇଭିଙ୍ଗ ଲାଇସେନ୍ସ କ୍ୟାନସଲ୍‌ କରିଦିଆଯାଇଥାଏ ।

ଦୁବାଇ:

ଅପରିଷ୍କାର ଗାଡି ପାଇଁ ଏଠାରେ ୧୦,୦୦୦ଟଙ୍କା ଜରିମନା ଆଦାୟ କରାଯାଇଥାଏ । ଭଙ୍ଗା ଗାଡିକୁ ମଧ୍ୟ ଏଠାରେ କ୍ଷତିଗ୍ରସ୍ତ ଗାଡିଭାବେ ଘୋଷିତ କରାଯାଇଥାଏ ।

ଭୁଟାନ୍‌:

ଏହି ଦେଶ ଭାରତଠାରୁ ବହୁ ପଛରେ ଅଛି ସତ କିନ୍ତୁ ଯାତାୟତ ନିମୟ ପାଳନ କରିବାରେ ଆମ ଦେଶ ଠାରୁ ଏହା ବହୁ ଆଗରେ । ଏଠାରେ ବିନା ଟ୍ରାଫିକ୍‌ ସିଗନାଲରେ ମଧ୍ୟ ଯାତାୟତ ସୂଚାରୁ ରୂପେ ଚାଲିଥାଏ । ଏଠାରେ ଭାରତ ଭଳି ଟ୍ରାଫିକ୍‌ ଜାମ୍‌ ହେଲେ ଅନ୍ୟ କେଉଁ ଗଳି ବାଟ ଦେଇ ଯିବା ଭଳି ନିମୟକୁ ପାଳନ କରାଯାଇନଥାଏ । ଏଠାରେ ଏପରି କରିବା ମନା । ଏଠାରେ ଲେନ୍‌ ଡ୍ରାଇଭିଙ୍ଗକୁ ପାଳନ କରାଯାଇନଥାଏ।

phone

ଏହାସହ ପଢନ୍ତୁ:

ନୂଆଦିଲ୍ଲୀ: ପୁଣି ଟ୍ରକ ଡ୍ରାଇଭରଙ୍କୁ ଓଭରଲୋଡିଂ ପଡ଼ିଲା ମହଙ୍ଗା, ଗଣିଲେ ୨ ଲକ୍ଷ ୫ ଶହ ଟଙ୍କାର ଫାଇନ୍‌

ତାଇଓ୍ଵାନ୍‌:

ଭାରତ ଠାରୁ ବହୁ ଛୋଟ ହୋଇଥିବା ଏହି ଦେଶ ପାଖାପାଖି ସବୁ ମାମଲଶରେ ଭାରତଠାରୁ ପଛରେ । ତାଇଓ୍ଵାନ୍‌ କେବେ ଚୀନ୍‌ ର ଭାଗ ଥିଲା । ଏଠାରେ ନିଶାରେ ଗାଡି ଚଲାଇଲେ ୪ଲକ୍ଷ ଟଙ୍କା ଯାଏ ଜରିମନା ଆଦାୟ କରାଯାଇଥାଏ ।

ଫିନଲ୍ୟାଣ୍ଡ:

ଏଠାରେ ଚାଲାଣ ରାଶି ଅଲଗା ଅଲଗା ରହିଛି । ଏହି ଟ୍ରାଫିକ୍‌ ଉଲ୍ଲଙ୍ଘନ କରିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଅନୁସାରେ ଜରିମନା ଆଦାୟ କରାଯାଇଥାଏ । ରୋଜଗାର ଆଧାରରେ ଚାଲାଣ କଟାଯାଉଥିବା ଫିନଲ୍ୟାଣ୍ଡ ଦୁନିଆର ଏକମାତ୍ର ଦେଶ ଭାବେ ପରିଚିତ ।

ଓମାନ୍‌:

traffic omanଆଫ୍ରିକା ଦେଶ ଓମାନ୍‌ ର ଗଣତି ପଛୁଆ ଦେଶ ମାନଙ୍କରେ ହୋଇଥାଏ । ଏଠାକାର ଆର୍ଥିକ ଅବସ୍ଥା ତେଲ ଉପରେ ନିର୍ଭର କରିଥାଏ । ଏହାବ୍ୟତିତ ଏଠାରେ ଯାତାୟତ ନିୟମ ବହୁତ ଶକ୍ତ । ଏଠାରେ ଫୋନ୍‌ରେ କଥା ହୋି ଗାଡି ଚଲାଇଲେ ପାଖଶପାଖଇ ୫୦ଟଙ୍କା ଯାଏ ଚାଲାଣ କଟାଯାଇଥାଏ ।

ଜାପାନ:

ଏଠାରେ ସଡକରେ ଚାଲିକି ଯାଉଥିବା ବ୍ୟକ୍ତିଙ୍କୁ ଖାସ୍‌ ନଜର ଦିଆଯାଇଥାଏ । ଏଠାରେ କୌଣସି ଚାଳକ ଯଦି ପାଦରେ ଚାଲିକି ଯାଉଥିବା ବ୍ୟକ୍ତିଙ୍କ ଉପରକୁ କାଦୁଅ କିମ୍ବା ପାଣି ପକାଇଥାଏ ତେବେ ତାଙ୍କ ଉପରେ ଭାରି ରକମର ଜରିମନା ଆଦାୟ କରାଯାଇଥାଏ ।

ୟୁଏଇ:

ଆରବ ଦେଶ ନିଜର ଶକ୍ତ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୟୁଏଇରେ ନିଶା ଶକ୍ତ ଅବସ୍ଥାରେ ଗାଡି ଚଲାଇଲେ କଣ୍ଟାରେ ପିଟିବା ଭଳି ଭୟାନକ୍‌ ଦଣ୍ଡ ଦିଆଯାଇଥାଏ । ତେଣୁ ଏଠାରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା ପାଖାପାଖି ନା କହିଲେ ଚଳେ ।

ହଲ୍ୟାଣ୍ଡ:

ଏଠାକାର ଲୋକେ ଭୁଲରେ ବି ସ୍ପିଡ୍‌ ରେ ସଡକରେ ଗାଡି ଚଲାଇ ପାରିବେ ନାହିଁ । ଏଠାରେ ନିର୍ଦ୍ଧାରିତ ଗତି ସୀମାର ଉଲ୍ଲଙ୍ଘନ କଲେ ଗାଡିକୁ ସବୁଦିନ ପାଇଁ ଜବତ କରିଦିଆଯାଇଥାଏ ।

Leave A Reply

Your email address will not be published.