ଆସନ୍ତା ୨୭ରୁ ଦୁଇ ଦିନିଆ ଗସ୍ତରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର(କେନ୍ୟୁଜ୍): ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୭ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ରାତିରେ ରାଜଭବନରେ ରହିବେ ରାଷ୍ଟ୍ରପତି । ୨୮ ତାରିଖ ସକାଳ ୬ଟା ୧୦ରେ ଗୋପାଳପୁର ଯିବେ । ଦିନ ୧୧ଟାରେ ଭୁବନେଶ୍ୱର ଫେରିବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଡିଜି କ୍ୟାମ୍ପ ଅଫିସରେ ଡିଜପିିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ସ୍ପେଶାଲ ଡିଜି ସୁନୀଲ ରୟ, ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ପୋଲିସ କମିଶନର ଉପସ୍ଥିତ ଅଛନ୍ତି । ବୈଠକରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଉଛି ।

Leave A Reply

Your email address will not be published.