କେବେ ଦେଖିଛନ୍ତି ଅସଲି ‘କ୍ୟାଟଓ୍ଵାକ’ ? ଯଦି ନା, ତେବେ ଦେଖନ୍ତୁ ଭିଡିଓ

ଆପଣ ସବୁବେଳେ ମଡେଲମାନଙ୍କୁ ଅଲଗା ଅଲଗା ଡ୍ରେସରେ ରାମ୍ପରେ କ୍ୟାଟଓ୍ଵାକ କରୁଥିବାର ଦେଖିବାକୁ ପାଇଥିବେ। କିନ୍ତୁ କଣ ଆପଣ କେବେ ଦେଖିଛନ୍ତି ଅସଲି କ୍ୟାଟଙ୍କୁ ରାମ୍ପରେ ଓ୍ଵାକ୍‌ କରୁଥିବାର। ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହୋଇପାରିବ। କ୍ୟାଟ ଓ୍ଵାକ ତ କେବଳ ମଡେଲ ମାନେ ହିଁ କରନ୍ତି। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ସୋସିଆଲ ମିଡିଆରେ ଏକ କ୍ୟାଟ ଓ୍ଵାକ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ବିଲେଇ ମାନଙ୍କୁ ଭିନ୍ନ ପ୍ରକାରର ସ୍ୱାଗରେ ଦେଖିବାକୁ ପାଇବେ। ଏହି ଭିଡିଓ ଟ୍ଵିଟରରେ ସେୟାର କରାଯାଇଛି। ପୋଷ୍ଟ କରିବାର ମାତ୍ର କିଛି ସମୟ ମଧ୍ୟରେ ଏହାର ହଜାର ହଜାର ଭିୟୁରସ୍‌ ହେଲେଣି। ବିଲେଇଙ୍କର ଏହି କ୍ୟାଟଓ୍ଵାକକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଆପଣ ଥରେ ଦେଖନ୍ତୁ ଭିଡିଓ, ବିଲେଇ ମାନଙ୍କର ଏହି ରାମ୍ପ ଆଗରେ ବଡ ବଡ ମଡେଲ ମଧ୍ୟ ହାର୍‌ ମାନିବେ।

Leave A Reply

Your email address will not be published.