ପୁଅ କହିଲା ରୟାଲ ଏନ୍‌ଫିଲ୍ଡ ଦିଅ, ବାପା ତିଆରି କଲେ ମିନି ବୁଲେଟ୍‌; ଭାଇରାଲ ହେଉଛି ଭିଡିଓ

ରୟାଲ୍‌ ଏନ୍‌ଫିଲ୍ଡ ଚଳାଇବାକୁ ବର୍ତ୍ତମାନର ଯୁବପିଢ଼ି ପାଗଳ। ଏହି ନିଶା ଏବେ ପିଲାଙ୍କ ମୁଣ୍ଡରେ ବି ପଶିଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କେରଳରେ। ରୟାଲ ଏନ୍‌ଫିଲ୍ଡ ପ୍ରତି ପୁଅର ପ୍ରବଳ ଆଗ୍ରହକୁ ଦେଖି ଜଣେ ବାପା ରୟାଲ ଏନ୍‌ଫିଲ୍ଡର ଲୋକପ୍ରିୟ ବୁଲେଟ୍‌ ମଡେଲର ଏକ ନୂଆ ମିନି ଭର୍ସନ ତିଆରି କରିଛନ୍ତି। ଏହି ମିନି ବୁଲେଟ୍‌ ପୂରା ଅସଲି ବୁଲେଟ୍‌ ଭଳି ଦେଖାଯାଉଥିବା ବେଳେ ଏବେ ଚର୍ଚ୍ଚାରେ ରହିଛି।

ଦେଖନ୍ତୁ ଭିଡିଓ:

କେରଳର କୋଲ୍ଲମ ଅଞ୍ଚଳର ଏକ ୮-୧୦ ବର୍ଷର ବାଳକ ଛୋଟ ବୁଲେଟ୍‌ ଚଳାଉଥିବା ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ଦେଖିଲେ ଆପଣ ମଧ୍ୟ ରୋକିପାରିବେନି ଲୁହ

ସୂଚନାନୁସାରେ ଏହି ବୁଲେଟ୍‌କୁ ପିଲାଟିର ବାପା ଘରେ ତିଆରି କରିଛନ୍ତି। ବାଇକ୍‌ର ବଡି ଫାଇବରରେ ନିର୍ମିତ ହୋଇଥିବା ବେଳେ ଏଥିରେ ଇଲେକ୍ଟି୍ରକ ମୋଟର ଓ ବ୍ୟାଟେରୀ ବ୍ୟବହାର କରାଯାଇଛି। ଏହା ରୟାଲ ଏନ୍‌ଫିଲ୍ଡର ସ୍କେଲ ମଡେଲ ଭଳି ଦିଶୁଛି। ଥରେ ଫୁଲ ଚାର୍ଜ ହେଲେ ଏହି ମିନି ବୁଲେଟ୍‌ ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିପାରିବ ବୋଲି ଜଣାଯାଇଛି।

 

Leave A Reply

Your email address will not be published.