ଅବକାରୀ ଟିମ ଚଢାଉ ବେଳେ ମଦ ମାଫିଆଙ୍କ ଆକ୍ରମଣର ଶିକାର ହେଲେ କର୍ମଚାରୀ

ଅନୁଗୁଳ(କେନ୍ୟୁଜ୍): ଅବକାରୀ ଟିମ ଚଢାଉ ବେଳେ ଆକ୍ରମଣର ଶିକାର ହେଲେ କର୍ମଚାରୀ। ମଦ ମାଫିଆଙ୍କ ଆକ୍ରମଣରେ ୪ଜଣ ଅବକାରୀ କର୍ମଚାରୀ ଆହତ ହୋଇଥିବା ବେଳେ ଗାଡ଼ି ଭଙ୍ଗାରୁଜା ହୋଇଛି। ଅନୁଗୁଳ ଜିଲ୍ଲା ବାଗେଡ଼ିଆରେ ଅବକାରୀ ଟିମ ହୋଇଛି ଉପରେ ଆକ୍ରମଣ। ବାଗଡ଼ିଆ ମନ୍ଦିର ସାହିରେ ବିପୁଳ ପରିମାଣର ମହୁଲି ମଦ ବିକ୍ରି ହେଉଥିବା ନେଇ ଖବର ମିଳିବା ପରେ ଅବକାରୀ ବିଭାଗ ଚଢାଉ ହୋଇଥିଲା। ଇନ୍‌ସପେକ୍ଟର କରୁଣାଶଙ୍କର ତିୱାରୀଙ୍କ ନେତୃତ୍ୱରେ ଏହି ଟିମ୍‌ ଚଢାଉ ବେଳେ ବହୁ ପରିମାଣର ମହୁଲି ମଦ, ପୋଚ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅତର୍କିତ ଭାବେ ୧୦ରୁ ୧୫ଜଣ ବ୍ୟକ୍ତି ଅବକାରୀ ଟିମ ଉପରେ ଆକ୍ରମଣ କରିଥିଲେ। ଅଟକମାନେ ନିର୍ଦ୍ଦୋଷ ଥିବା ନେଇ ସେମାନଙ୍କୁ ଛାଡ଼ିଦେବାକୁ ଦାବି କରିଥିଲେ। ଅବକାରୀ ବିଭାଗ ସେମାନଙ୍କ କଥା ନଶୁଣି ତଦନ୍ତ ଚଳାଇବାରୁ ହଠାତ କର୍ମଚାରୀଙ୍କ ଉଫରେ ଢେଲାପଥର ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ଅବକାରୀ କର୍ମଚାରୀ ପଳାଇ ଆସି ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ଆହତ କର୍ମଚାରୀଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.