‘ହାଉସଫୁଲ୍ ୪’ ପ୍ରମୋସନ ବେଳେ ଘଟିଲା ଦୁଘର୍ଟଣା, ଆଟିଷ୍ଟଙ୍କ ଜୀବନ ବଞ୍ଚାଇଲେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ୍ ୪’ ୨୬ ଅକ୍ଟୋବରରେ ରିଲିଜ ହେବ । ଏବେ ଅକ୍ଷୟ କୁମାର ନିଜ ଟିମ୍ ସହିତ ମିଶି ଫିଲ୍ମର ପ୍ରମୋସନ୍ କରିବାରେ ଲାଗିଛନ୍ତି । ଏନେଇ ସେ ଗେମ୍ ଶୋ ‘ମୁଭି-ମସ୍ତି ୱିଦ୍ ମନୀଷ୍ ପଲ୍’ କୁ ଯାଇଥିଲେ । ସେଠାରେ କିଛି କଳାକାର ନିଜ ଷ୍ଟଣ୍ଟ ଦେଖାଇଥିଲେ ।

ଅଲ୍ଲୀ ଅସଗର ନିଜର ଏକ ବନ୍ଧୁ ପରିତୋଷଙ୍କ ସହିତ ରଶିରେ ଲଟକି ଥିଲେ ଏବଂ ପର୍ଫମ କରୁଥିଲେ । ଏହି ସମୟରେ ପରିତୋଷ ବେହୋଶ ହୋଇଗଲେ । ଅକ୍ଷୟ କୁମାର ଏହା ଦେଖିବା ମାତ୍ରେ ସାଙ୍ଗେ ସାଙ୍ଗେ ସାହାଯ୍ୟ କରିବା ପାଇଁ ପହଞ୍ଚି ଥିଲେ। ସେ ପରିତୋଷଙ୍କୁ ରଶିରୁ ତଳକୁ ଓହ୍ଲାଇବା ସହ ତାଙ୍କ ଜୀବନ ରକ୍ଷା କ ରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ।

https://www.instagram.com/p/B3MX3ggnCiY/?utm_source=ig_web_copy_link

ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଦେଖିବା ପରେ ଫ୍ୟାନ୍ସମାନେ ଅକ୍ଷୟଙ୍କର ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି। ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ହାଉସ୍‌ ଫୁଲ୍‌-୪’ ବହୁତ ଜଲଦି ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟଙ୍କ ସହିତ ବବି ଦେୱାଲ, ରିତେଶ ଦେଶମୁଖ, କିର୍ତ୍ତୀ ସାନନ୍, କୃତି ଖରବନ୍ଦା ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.