ପୁରା ବିଶ୍ୱରେ ବିବାହିତ ମହିଳାମାନେ ଗତ ଗୁରୁବାର ଦିନ ପତିମାନଙ୍କ ଦୀର୍ଘାୟୁ ପାଇଁ କରଓ୍ଵାଚୌଥର ବ୍ରତ ରଖିଥିଲେ। ଏହି ଦିନ ପତ୍ନୀମାନେ ବ୍ରତ ରଖି ରାତିରେ ଚାନ୍ଦ ଦେଖିବା ପରେ ଜଳ ଗ୍ରହଣ କରିଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଗୋଟିଏ ପରିବାରର ତିନି ଭଉଣୀ ଭିନ୍ନ ଢଙ୍ଗରେ କରଓ୍ଵାଚୌଥ ପାଳନ କରିଛନ୍ତି। ଆଜ୍ଞା ହଁ ଏକଥା ଆଚଯ୍ର ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ଅନୁଯାୟୀ ଏହି ତିନି ଭଉଣୀଙ୍କର ଗୋଟିଏ ହିଁ ପତି । କିନ୍ତୁ ତିନି ଭଉଣୀ ସାମୁହିକ ରୂପେ ବ୍ରତ ରଖିବା ସହ ଆରାଧନା ମଧ୍ୟ କରିଛନ୍ତି। ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶର ସୀମାରେ ଅବସ୍ଥିତ ଚିତ୍ରକୂଟର ଲୋଢଓ୍ଵାରାର କାଶୀରାମ କଲୋନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କର ୧୨ ବର୍ଷ ପୂର୍ବରୁ ତିନି ଭଉଣୀଙ୍କ ସହ ବିବାହ ହୋଇଥିଲା। ଏହାପରଠାରୁ ତିନି ଭଉଣୀ ସେହି ଜଣେ ବ୍ୟକ୍ତିଙ୍କ ସହ ରହିଆସୁଛନ୍ତି। ତିନି ଭଉଣୀଙ୍କ ମଧ୍ୟ ଦୁଇ ଦୁଇଟି ସନ୍ତାନ ରହିଛନ୍ତି।
ଏହାସହ ପଢନ୍ତୁ: ସୁଇମିଂ ପୁଲ୍ ଭିତରେ ପଶିଗଲା ଘଡିଆଳ କୁମ୍ଭୀର, ଘଣ୍ଟାଏ ତାକୁ ଖେଳାଇଲେ ଏହି ବ୍ୟକ୍ତି, ପୁଣି ହେଲା ଏମିତି କିଛି
ଅନ୍ୟ ବିବାହିତ ମହିଳାଙ୍କ ଭଳି ତିନି ଭଉଣୀ ମଧ୍ୟ କରଓ୍ଵାଚୌଥ ଦିନ ନିର୍ଜଳ ଉପବାସ କରିବା ସହ ସଂନ୍ଧ୍ୟାରେ ଚାନ୍ଦକୁ ଦେଖି ସାରିବା ପରେ ପତିଙ୍କୁ ଶୃଙ୍ଗାର କରି ସମସ୍ତ ବିଧି ବିଧାନର ସହ ପୂଜା କରିଥିଲେ।