Below header

ଖୋର୍ଦ୍ଧା ବୋଲଗଡରେ ବାଘ ଆତଙ୍କ, ନାଗାପାଲ୍ଲୀ ଗାଁ ନିକଟରୁ ପାଦଚିହ୍ନ ଚିହ୍ନଟ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ବୋଲଗଡରେ ବାଘ ଆତଙ୍କ । ବ୍ଳକ୍‌ର ମୁଣ୍ଡିଆପଡା ଓ ପାଟବନ୍ଧ ସଂରକ୍ଷିତ ଜଙ୍ଗଲରେ ଏକ ବାଘ ଦେଖାଦେଇଥିବା ସୂଚନା ମିଳିଛି । ବାଘର ପାଦଚିହ୍ନ ନାଗାପାଲୀ ଗାଁ ନିକଟରୁ ଚିହ୍ନଟ କରାଯାଇଛି । ଆଜିକୁ ୫ ଦିନ ମଧ୍ୟରେ ବାଘ ୪ରୁ ୫ଟି ଗାଇଗୋରୁ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଏହା କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଖୋଜୁଛି ବନ ବିଭାଗ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.