ମହାରାଷ୍ଟ୍ର ଓ ହରିଆନା ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର, ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ଉଦ୍ୟମ

କେନ୍ୟୁଜ୍: ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର। ୨୧ ତାରିଖରେ ମହାରାଷ୍ଟ୍ରର ୨୮୮ ଓ ହରିଆନାର ୯୦ଟି ଆସନରେ ହେବ ମତଦାନ। ଏଥପାଇଁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରଚାର। ଦୀର୍ଘ ୫୦ ବର୍ଷ ପରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିବାରୁ ଉତ୍ସାହିତ ଅଛି ବିଜେପି। ସେହିପରି ପ୍ରଥମ ଥର ପାଇଁ ଠାକରେ ପରିବାରରୁ ଆଦିତ୍ୟ ଠାକରେ ୱର୍ଲି ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟ ବରିଷ୍ଠ ନେଚା ବିଜେପି ପାଇଁ ଜୋରଦାର ପ୍ରଚାର କରିଛନ୍ତି। ବିଜେପି-ଶିବସେନା ମେଣ୍ଟ ସହ କଂଗ୍ରେସ ଓ ଏନସିପି ମେଣ୍ଟର ସିଧାସଳଖ ପ୍ରତିଦ୍ୱନ୍ଦିତା ଚାଲିଛି। ସେହିପରି ହରିଆଣାରେ ବିଜେପି, କଂଗ୍ରେସ ଓ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ଗତକାଲି ପ୍ରଧାନମନ୍ତ୍ରୀ ହରିଆନାର ଗୋହନାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେପଟେ ମୋଦି ଦେଶକୁ ବରବାଦ କରିଥିବା ଅଭିଯୋଗ ଆଣି ଆକ୍ଷେପ କରିଛନ୍ତି କଂଗ୍ରେସର ରାହୁଲ ଗାନ୍ଧି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.