ଭୋଜନ ପରେ ଆମେ ମିଠା ଖାଇଥାଉ, କିନ୍ତୁ ଏହା ପଛର କାରଣ କ’ଣ ଜାଣିଛନ୍ତି କି?

ଖାଇବା ପରେ ଆମେ ସାଧାରଣତଃ ମିଠା ଖାଇଥାଉ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ସେ ବିଷୟରେ ବୋଧେ ଅଧିକାଂଶ ଲୋକ ଜାଣି ନଥିବେ। ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ସମ୍ପର୍କରେ…

ଏହାସହ ପଢ଼ନ୍ତୁ: ବର୍ଷାଦିନେ ବାଇକ୍‌ ଚଲାଉଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ହେବନି ଦୁର୍ଘଟଣା

ଶାସ୍ତ୍ର ଅନୁଯାୟୀ, ଘରେ ହେଉ କିମ୍ବା ବାହାରେ ଯେ କୌଣସି ଭୋଜିରେ ଖାଇବା ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ। ଭୋଜନର ଶେଷରେ ମିଠା ଖାଇବାକୁ ଦିଆଯାଏ। ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଦ୍ୟ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନତନ୍ତ୍ର ଠିକ ଭାବରେ ସଞ୍ଚାଳିତ ହୋଇପାରିନଥାଏ। ଶେଷରେ ମିଠା ଖାଇବା ଯୋଗୁଁ ଖାଦ୍ୟରେ ଥିବା ଅମ୍ଳର ତୀବ୍ରତା କମ ହୋଇଥାଏ। ଫଳରେ ଏସିଡ଼ିଟି ବା ଜ୍ବଳନ ହୋଇନଥାଏ ଓ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ।

ସେହିପରି ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯିବାରୁ ଆମକୁ ଶୋଷ ହୋଇଥାଏ। ଆମେ ପାଣି ପିଇବାକୁ ଇଚ୍ଛା କରୁ। ମାତ୍ର ଡାକ୍ତରଙ୍କ କହିବାନୁସାରେ ଖାଇବାର ତୁରନ୍ତ ପରେ ପାଣି ପିଇବା ଅନୁଚିତ। ଏହା ଆମ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଖାଇବା ପରେ କିଛି ମିଠା ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ ଓ ପାଣିର ଆବଶ୍ୟକତା ପଡେ ନାହିଁ।

Leave A Reply

Your email address will not be published.