ଲଗାଣ ବର୍ଷା ପରେ ଦୁର୍ଦ୍ଦଶାରେ ଚାଷୀ, ଜୁଣିଆ ନାଳରେ ପାଣି ଭର୍ତ୍ତି, ଧାନ ଜମି ବାଲିଚର

ବାଙ୍କୀ: ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ । ଚାରିଆଡେ ଖାଲି ପାଣି ଆଉ ପାଣି । କଟକ ବାଙ୍କୀ ବ୍ଳକର ବଳଭଦ୍ରପୁର, ଜଗନ୍ନାଥପୁର ଓ ବୈଦେଶ୍ୱର ପଞ୍ଚାୟତ ଦେଇ ଯାଇଥିବା ଜୁଣିଆ ନାଳରେ ପାଣି ଭର୍ତ୍ତି ହୋଇ ଘାଇ ସୃଷ୍ଟି ହୋଇଛି । ଧାନ ଜମିରେ ବାଲିଚର ମାଡିଯାଇଛି । ଏବେ ବି ପାଣିର ସ୍ରୋତ ରହିଛି । ପ୍ରଭାବିତ ହୋଇଛନ୍ତି ୫ଟି ପଞ୍ଚାୟତର ଲୋକେ । ୨୦୧୮-୧୯ ଆର୍ଥିକ ବର୍ଷରେ କଟକ ଡ୍ରେନେଜ ବିଭାଗ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖୋଳା ଯାଇଥିଲା । ହେଲେ ଏଯାଏ କାମ ଆରମ୍ଭ ହୋଇନାହିଁ । ଚାଷୀ ନାଳ ଭିତରେ ବେକ ପର୍ଯ୍ୟନ୍ତ ପାଣିରେ ପଶି ନିଜ ନିଜ ବିଲକୁ ଯାଉଛନ୍ତି । ଏନେଇ ଡ୍ରେନେଜ ବିଭାଗ ପକ୍ଷରୁ ଜୁଣିଆ ନାଳ ଉପରେ ଏକ ସେତୁ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଆଗାମୀ ଦିନରେ ସେତୁ ନିର୍ମାଣ ନହେଲେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଶତାଧିକ ଚାଷୀ । ଅନ୍ୟପଟେ କାମ ଆରମ୍ଭ କରିବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ଦାୟିତ୍ୱରେ ଥିବା ଡ୍ରେନେଜ ବିଭାଗର ସହକାରୀ ଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.