ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ଅର୍କକ୍ଷେତ୍ର, ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼

ଗୋପ: ପବିତ୍ର କାର୍ତ୍ତିକ ମାସରେ ଚଳଚଞ୍ଚଳ ଅର୍କକ୍ଷେତ୍ର । ବିଶ୍ୱାସ ରହିଛି ଏଠାରେ କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରେ ଆକ୍ରାନ୍ତ ହୋଇ ସୂର‌୍ୟ୍ୟଙ୍କ ଉପାସନା କରିଥିଲେ । ପରେ ସେ ଆରୋଗ୍ୟ ଲାଭ କରିଥିଲେ । ସେଥିପାଇଁ ଏ କ୍ଷେତ୍ରର ମହାତ୍ମ୍ୟ ଖୁବ୍ ବେଶୀ । ଚନ୍ଦ୍ରଭାଗାରେ କାର୍ତ୍ତିକ ବ୍ରତ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

କାର୍ତ୍ତିକ ବ୍ରତ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ତୀର୍ଥ ପୁଷ୍କରିଣୀରେ ସ୍ନାନକରି ସୂର୍ଯ୍ୟପୂଜା କରିଥାନ୍ତି ହବିଷ୍ୟାଳି । ତାପରେ ଚଉରା ମୂଳେ ଏକାଠି ହୋଇ ରାଇ ଦାମୋଦରଙ୍କ ପୂଜା କରିଥାନ୍ତି । ପ୍ରତିଦିନ ବିଭିନ୍ନ ପ୍ରକାର ଫଳ ସହ ଖଇ ଭୋଗ କରାଯାଇଥାଏ ।

ହବିଷ୍ୟାନ୍ନ ଖାଇ ସଂଧ୍ୟାରେ ଠାକୁରଙ୍କୁ ଆଳତୀ କରିଥାନ୍ତି ଏମାନେ। ପୂଜାପାଠରେ ମଠ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏକ ମାସ ଧରି ବ୍ରତ ପାଳନ କରୁଥିବା ହବିଷ୍ୟାଳି ମାନେ ଏଠାକୁ ଆସି ପରିବାର କଥା ଭୁଲି ଯାଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ହବିଷ୍ୟାଳି ବ୍ରତ କରିବା ପାଇଁ ପ୍ରତିବର୍ଷ ଏଠାକୁ ଆସିଥାନ୍ତି ।

Leave A Reply

Your email address will not be published.