ବହୁତ ଜଲଦି ବିବାହ କରିବେ କାଜଲ ଅଗ୍ରଓ୍ଵାଲ, ସ୍ୱାମୀଙ୍କ ଠାରୁ ରଖିଛନ୍ତି ଏହି ସବୁ ଆଶା

ସାଉଥ୍ ସୁପରଷ୍ଟାର ଏବଂ ବଲିଉଡରେ ମଧ୍ୟ ଫିଲ୍ମ କରି ସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍ ଶୀଘ୍ର ସେ ବିବାହ କରିପାରନ୍ତି ବୋଲି ଖବର ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେଇ କାଜଲ ନିଜ ବିବାହ ବିଷୟରେ କହିଛନ୍ତି । କମଲ ହସନଙ୍କ ସହ କରୁଥିବା ଫିଲ୍ମକୁ ନେଇ କାଜଲ ଚର୍ଚ୍ଚାରେ ଥିବା ବେଳେ ଏବେ ନିଜ ବିବାହକୁ ନେଇ ସେ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ସେ ବିବାହ କରିବେ ବୋଲି କହିଥିଲେ ମଧ୍ୟ କାହା ସହିତ ଡେଟ୍ କରୁଛନ୍ତି କି ନାହିଁ, ସେ ବିଷୟରେ ଜଣାଇ ନାହାନ୍ତି ।

kajal

ଏହାସହ ପଢନ୍ତୁ: ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ବିବାହ କରିବା କଥା କହିବା ପରେ ସେ ନିଜ ଭାବିସ୍ୱାମୀଙ୍କ ମଧ୍ୟରେ କେଉଁ ସବୁ ଗୁଣ ଦେଖିବାକୁ ଚାହାନ୍ତି, ସେ ନେଇ ପଚରାଯାଇଥିଲା । ଯାହାର ଉତ୍ତରରେ କାଜଲ କହିଥିଲେ ମୋ ଭାବିସ୍ୱାମୀ ଆଧ୍ୟାତ୍ମିକ ମନୋଭାବ ସଂପନ୍ନ ହୋଇଥିବା ସହ ମୋ ବିଷୟରେ ଚିନ୍ତା କରୁଥିବା ଦରକାର । ଏହା ସହ ମୋତେ ନେଇ ଯତ୍ନବାନ ହେବା ଦରକାର ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.