କେନ୍ଦୁଝର: ମଦ ପିଇ ସ୍ୱାମୀକୁ ପିଟି ମାରିଦେଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ି ଦେଇଥିବା ଅଭିଯୋଗ

କେନ୍ଦୁଝର: ମଦ୍ୟପ ସ୍ତ୍ରୀର ମାଡ଼ରେ ସ୍ୱାମୀର ମୃତ୍ୟୁ ଅଭିଯୋଗ। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ତଳଚମ୍ପେଇ ପଞ୍ଚାୟତର ତଳରଢୁଆଁ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକଙ୍କ ନାଁ ଢେଣା ଜୁଆଙ୍ଗ। ଅଭିଯୋଗ ହୋଇଛି, ଢେଣା ଓ ତାଙ୍କ ସ୍ତ୍ରୀ ନେତ ଜୁଆଙ୍ଗ ଶନିବାର କାଠ ବିକି ଘରକୁ ଫେରିବା ବେଳେ ଦେଶୀ ମଦ ପିଇଥିଲେ। ଏହାପରେ କୌଣସି କାରଣରୁ ଦୁହିଁଙ୍କ ଭିତରେ ଝଗଡ଼ା ହେବାରୁ ନେତଙ୍କ ଆକ୍ରମଣରେ ଡେଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରୁଛି ଟାଉନ୍‌ ଥାନା ପୋଲିସ। ତେବେ ପୋଲିସର ପ୍ରତିକ୍ରିୟା ମିଳି ପାରି ନାହିଁ।

Leave A Reply

Your email address will not be published.