ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଛାତ୍ରଙ୍କୁ ଶାସନ କରିବାକୁ ଯାଇ ଅଡ଼ୁଆରେ ପଡ଼ିଛନ୍ତି ଅଧ୍ୟାପକ। ସମ୍ପୃକ୍ତ ଛାତ୍ର ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସାର୍। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆହ୍ଲାବାଦର ବଲକରନପୁର ଶାସ୍ତ୍ରୀନଗର ସ୍ଥିତି ଆଦର୍ଶ ଇଣ୍ଟର କଲେଜରେ।
ରିପୋର୍ଟ ମୁତାବକ, ମଙ୍ଗଳବାର କଲେଜରେ ହେଲ୍ଥ କ୍ୟାମ୍ପ ଚାଲିଥିଲା। ସେଠାରେ ଜଣେ ଛାତ୍ର ଆଉ ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ଛାତ୍ରୀ ଜଣକ ଏ ନେଇ ଅଧ୍ୟାପକ ଶିବ ବାବୁ ପାଣ୍ଡେଙ୍କୁ ଅଭିଯୋଗ କରିଥିଲେ। ଏହା ଶୁଣି ଅଧ୍ୟାପକ ଜଣକ ଉତ୍କ୍ଷିପ୍ତ ହୋଇ ସେହି ବଦମାସ୍ ଛାତ୍ରଙ୍କୁ ଗାଳି କରିବା ସହ ଚାପୁଡ଼ା ମାରିଥିଲେ।
#WATCH Prayagraj: A teacher was thrashed by a group of male students&their guardians at Balkaranpur’s Adarsh Janta Inter College after he scolded the students when they allegedly misbehaved with female students. Prayagraj SP says “FIR registered, they’ll be arrested soon.” (5.11) pic.twitter.com/lfpqHVVPW2
— ANI UP (@ANINewsUP) November 5, 2019
Video courtesy: ANI
ଏଥିରେ ରାଗିଯାଇ ଛାତ୍ର ଜଣକ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଆଣି ଶିକ୍ଷକଙ୍କୁ ମାଡ଼ମାରିଥିଲା। ଲୋକମାନେ ଅତି ଅମାନବୀୟ ଭାବେ ଶିବ ବାବୁ ପାଣ୍ଡେଙ୍କୁ କାଠ ଫାଳିଆରେ ପିଟିଥିଲେ। ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ସ୍ଥାନୀୟ ବେଲି ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧ୍ୟାପକଙ୍କ ହାତ ଭାଙ୍ଗିଯାଇଥିବା ଜଣାଯାଇଛି।
ଏହାସହ ପଢ଼ନ୍ତୁ: ରାସ୍ତା ମଝିରେ କାର୍ରେ ବସିଗଲା ହାତୀ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଧ୍ୟାପକଙ୍କ ଅଭିଯୋଗ ଅନୁସାରେ ଛାତ୍ରମାନେ ତାଙ୍କର ୬୦୦୦ ହଜାର ଟଙ୍କିଆ ଘଣ୍ଟା ଚୋରି କରି ନେଇଯାଇଛନ୍ତି।