Below header

ଆଶ୍ଚର୍ଯ୍ୟ : ରୁପାରେ ଛାଇ ଯାଇଥିଲା ରାସ୍ତାଘାଟ, ଲୋକେ ଘରକୁ ବୋହି ନେଲେ

ଆକାଶରୁ ଖସିଲା କି ରୁପା ! ବିହାରରେ ରୁପା ବର୍ଷା। ବିହାରର ସୀତାମାଢ଼ି ଅଞ୍ଚଳରେ ଏଭଳି ଅଦଭୁତ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳୁ ଏଠାକାର ଲୋକେ ନିଦରୁ ଉଠିଲା ବେଳକୁ ଲୋକେ ସୁରସଣ୍ଡ ସ୍ଥିତ ଟାଓ୍ଵାର ଚୌକରୁ ଆରମ୍ଭ କରି ବାରାହୀ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଠିକ୍‌ କାକର ବୁନ୍ଦ ଭଳି ଚକ୍‌ ଚକ୍‌ କରୁଥିବା ରୁପା ସବୁ ବିଛାଇ ହୋଇଥିଲା । ସମସ୍ତେ ରୁପା ଖୁଣ୍ଟି ଘରକୁ ନେବାରେ ଲାଗି ପଡ଼ିଲେ । ତେବେ କେହି କିଛି ବୁଝି ପାରୁନଥିଲେ । ଏମିତି ରୁପା ସବୁ କେଉଁଠୁ ଆସିଲା ତାକୁ ନେଇ ବିଭିନ୍ନ କଥା ଓ ଆଲୋଚନା ଚାଲିଥିଲା ।

RUPA-2କିଛି ଲୋକଙ୍କ ଅନୁମାନ ହେଉଛି କେହି ଚୋର କି ଡକାୟତ ଏହିସବୁ ରୁପା ନେଇ ଗଲା ବେଳେ ରାସ୍ତା ସାରା ଖସିପଡ଼ିଛି । ଏମିତିକି ପାଖରେ ନେପାଳ ସୀମା ରହିଥିବାରୁ ଏଭଳି ଚୋରା ଚାଲାଣ କଥା ମଧ୍ୟ ସତ ହୋଇ ପାରେ । ତେବେ ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଲୋକେ ମାଗଣାରେ ରୁପା ପାଇ ଭାରି ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.