ଏସିବିକୁ ନବୀନଙ୍କ ହଜାରକୋଟିର ଭେଟି, ଏମ୍‌ସ ପ୍ଲସ ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଘୋଷଣା

କଟକ(କେନ୍ୟୁଜ୍):  ଏସ୍‌ସିବିକୁ ଏମ୍‌ସ ପ୍ଲସ ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥିଲାଗି ଖର୍ଚ୍ଚ ହେବ ୧ ହଜାରେ କୋଟି ଟଙ୍କା। ଏଥିପାଇଁ ଏକ ଅତ୍ୟାଧୁନିକ ତିନି ହଜାର ଶଯ୍ୟା ବିଶିଷ୍ଟ ସମନ୍ଵିତ ହସ୍‌ପିଟାଲ ନିର୍ମାଣ କରାଯିବ। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ। ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ତୁଳନୀୟ ହେବା ପାଇଁ ଆମେ ସମକ୍ଷ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ସଂଧ୍ୟାରେ ଲୋକସେବା ଭବନରେ କଟକ ବଡ଼ ଡାକ୍ତରଖାନାର ପ୍ରଫେସର, ସୁପରିଟେଣ୍ଡେଣ୍ଟ ଏବଂ ଛାତ୍ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ବର୍ତ୍ତମାନ ଦେଶରେ ଏସ୍‌ସିବିର ର‍୍ୟାଙ୍କ ୧୪ ଅଛି। ଆପଣମାନଙ୍କ ସହଯୋଗରେ ଏହାକୁ ଦେଶର ଶ୍ରେଷ୍ଠ ୩ଟି ଅନୁଷ୍ଠାନ ମଧ୍ୟରେ ରଖିପାରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.