ମୋହନା : ପୋଲିସ ଓ ଅବକାରୀ ବିଭାଗକୁ ଆଉ ଏକ ସଫଳତା, ପୋଡ଼ାଗଲା ୧୫ କୋଟି ଟଙ୍କାର ଗଞ୍ଜେଇ ଗଛ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳରେ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଗଞ୍ଜେଇ ଚାଷ ନଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି । ଗତକାଲି ପରେ ଆଜି ମୋହନା ଥାନା ଅନ୍ତର୍ଗତ ନିଜୁମା-ରୁଆଆମ୍ବ ଜଙ୍ଗଲରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୬ ଏକର ଜମିରେ ଚାଷ ହୋଇଥିବା ୧ ଲକ୍ଷ ୫୩ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି l ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ କୋଟି ୩୦ ଲକ୍ଷ ଟଙ୍କା ହେବ । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବନବିଭାଗ, ରାଜସ୍ୱ ବିଭାଗ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ମାଜିଷ୍ଟ୍ରେଟ ଦାଇତ୍ୱରେ ଥିଲେ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.