ଲୋକମାନେ ନିଜ ଜୀବନରେ ସୁଧାର ଆଣିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଏହା ଏଭଳି ଏକ ପ୍ରକ୍ରିୟା, ଯାହା ମୃତ୍ୟୁ ଆସିବା ପର୍ଯ୍ୟନ୍ତ ନିରନ୍ତର ଭାବେ ଚାଲିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନରେ ସୁଧାର ଆଣିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଅନେକ ମାନ୍ୟତା ଅନୁଯାୟୀ ନିୟମିତ ଯୋଗ କରିବା ଦ୍ୱାରା ଜୀବନରେ ପରିବର୍ତ୍ତନ ହୋଇଥାଏ। ଅନେକ ଲୋକମାନେ ମଧ୍ୟ ନିଜ ଜୀବନରେ ପରିବର୍ତ୍ତନ ପାଇଁ ଆର୍ଟ ଅପ୍ ଲିଭିଂର କ୍ଲାସରେ ଯୋଗ ଦେଇଥାନ୍ତି। ଏହିସବୁ ଉପାୟ ମଧ୍ୟରେ ଏପରି ଏକ ଉପାୟ ସାମିଲ କରାଯାଇଛି ଯାହା ଶୁଣିବା ପରେ ଆପଣମାନେ ନିଶ୍ଚୟ ଭାବିବାକୁ ଲାଗିବେ। ତେବେ ଜାଣନ୍ତୁ କଣ ରହିଛି ସେହି ପ୍ରକ୍ରିୟା।
ବାସ୍ତବରେ ଦକ୍ଷିଣ କୋରିଆର ଲୋକମାନେ ନିଜ ଜୀବନରେ ଭରପୁର୍ ଉପଭୋଗ କରିବା ସହ ଜୀବନକୁ ସୁଧାରିବା ପାଇଁ ମୃତ୍ୟୁକୁ ସ୍ୱାଗତ ମଧ୍ୟ କରୁଛନ୍ତି। ଜୀବନକୁ ସୁନ୍ଦର କରିବା କରିବା ପାଇଁ ଏହି ଉପାୟର ନାଁ ଦିଆଯାଇଛି ‘ଲିବିଂଗ ଫ୍ୟୁନରଲ।’ ‘ଲିବିଂଗ ଫ୍ୟୁନରଲ’ ପ୍ରକ୍ରିୟା ଜରିଆରେ ବ୍ୟକ୍ତି ୧୦ ମିନିଟ୍ ପର୍ଯ୍ୟନ୍ତ ନିଜକୁ କବର ଭିତରେ ବନ୍ଦ କରି ଶୋଇ ରହିଥାନ୍ତି ଏବଂ ଏହା ପୂର୍ବରୁ ସେମାନେ ସମସ୍ତ କର୍ମର ବ୍ୟବସ୍ଥା ମଧ୍ୟ କରିଦେଇଥାନ୍ତି, ଯାହା ବାସ୍ତବିକ୍ ମୃତ୍ୟୁ ପରେ ଯେଉଁ କର୍ମ କରାଯାଇଥାଏ। ଦକ୍ଷିଣ କୋରିଆରେ ଗତ ୭ ବର୍ଷରେ ପାଖାପାକି ୨୫ ହଜାର ଲୋକମାନେ ଜୀବିତ ଅବସ୍ଥାରେ ମୃତ୍ୟୁକୁ ସ୍ୱାଗତ କରିଥିଲେ।
‘ଲିଭିଂଗ ଫ୍ୟୁନରଲ’ ପ୍ରକ୍ରିୟା ହିଓ୍ଵନ ହିଲିଂଗ କମ୍ପାନୀ ୨୦୧୨ ବର୍ଷରେ ଆରମ୍ଭ କରିଥିଲା। କମ୍ପାନୀ କହିବା ଅନୁଯାୟୀ ଲୋକମାନେ ନିଜର ଇଛା ଅନୁସାରେ ଏଠାକୁ ଆସିଥାନ୍ତି। ରିପୋର୍ଟ ଅନୁଯାୟୀ ୭୫ ବର୍ଷିୟ ଚୋ ଜେ-ହୀ ଏହି ଲିଭିଂଗ ଫ୍ୟୁନରଲର ଅନୁଭବ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଥରେ ଯଦି ଆପଣ ମୃତ୍ୟୁକୁ ଅନୁଭବ କରିପାରିବେ ତେବେ ତାକୁ ନେଇ ସଜାଗ ରହିପାରିବେ।
ଏହାସହ ପଢନ୍ତୁ: ପ୍ରତି ୧୦୦ ବର୍ଷରେ ୧୦ ମିଟର ବଢୁଛି ସମୁଦ୍ର ସ୍ତର, ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକଙ୍କ ମତ
ମେଡିକାଲ ସେଣ୍ଟରର ପୈଥୋଲୋଜି ବିଭାଗର ଜଣେ ପ୍ରଫେସର ୟୁ ୟୁନ-ସାଇଲଙ୍କ କହିବା ଅନୁଯାୟୀ କମ ବୟସରେ ମଧ୍ୟ ମୃତ୍ୟୁ ବିଷୟରେ ସିଖିବା ଏବଂ ତାହା ପ୍ରସ୍ତୁତି କରିବା ମଧ୍ୟ ମହତ୍ୱପୂର୍ଣ୍ଣ। ୟୁ ମୃତ୍ୟୁ ବିଷୟରେ ମଧ୍ୟ ଏକ ପୁସ୍ତକ ଲେଖିଛନ୍ତି। ୨୮ ବର୍ଷିୟ ଛାତ୍ର ଚୋଇ ଜିନ-କୁୟୁ ଏହି ପ୍ରୋଗ୍ରାମରେ ନିଜର ଅନୁଭବ ବିଷୟରେ କହିଛନ୍ତି, ଯେତେବେଳେ ସେ କବର ଭିତରେ ବନ୍ଦ ଥିଲେ, ସେତେବେଳେ ତାଙ୍କୁ ଜୀବନର ସୁନ୍ଦର ମାର୍ଗ ବୁଝିବାରେ ସାହାଯ୍ୟ ମିଳିଥିଲା ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା ସେ ଅନ୍ୟମାନଙ୍କୁ ନିଜର ପ୍ରତିଦ୍ୱନ୍ଦୀ ଭଳି ଦେଖିଥାନ୍ତି କିନ୍ତୁ କବରକୁ ଯିବା ପରେ ତାଙ୍କୁ ଅନୁଭବ ହୋଇଥିଲା ପ୍ରକୃତରେ ଏହି ସବୁର କିଛି ମହତ୍ୱ ନାହିଁ। ଏହା ବ୍ୟତୀତ ଚେଇ କହିଛନ୍ତି ତାଙ୍କୁ ଆଭାସ ହୋଇଛି କି ସେ ଚାକିରୀରେ ନିଯୁକ୍ତି ପାଇଁ ସ୍ନାତକ ହାସଲ କରିବା ପରେ ନିଜର ବ୍ୟବସାୟ ଆରମ୍ଭ କରିବେ।