ସମୁଦ୍ରରେ ରଗ୍‌ବୀ ପାଇଁ ପାଗଳ ହେଉଛି ତିମି, ଦେଖନ୍ତୁ ମଜାଦାର ଭିଡିଓ

ଆପଣମାନେ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ନିଶ୍ଚିତ ଦେଖିଥିବେ। ତାହା କୌଣସି ସେଲିବ୍ରିଟିକୁ ନେଇ ହେଉ ଅବା ଅନ୍ୟ ଜୀବଜନ୍ତୁକୁ ନେଇ ହେଉ। ଏହାମଧ୍ୟରେ ମାଙ୍କଡ, କୁକୁର, ବିଲେଇ ଭଳି ଜୀବଜନ୍ତୁଙ୍କୁ ଭିଡିଓ ତ ଆପଣମାନେ ଦେଖିଥିବେ କିନ୍ତୁ କେବେ ତିମି ମାଛର ଭାଇରାଲ ଭିଡିଓ ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି ତେବେ ଆସନ୍ତୁ ଦେଖିବା ଏହି ଭିଡିଓ। ଯାହାକୁ ଦେଇ ଆପଣଙ୍କ ମନ ମଧ୍ୟ ଉତଫୁଲିତ ହୋଇଯିବ।

ଭାବନ୍ତୁ ଆପଣ ସମୁଦ୍ର ମଝିରେ ଯାଉଥିବେ ହଠାତ୍‌ ଏକ ହେ୍ଵଲ ମାଛ ଦେଖିବେ, ତେବେ କ’ଣ ଭାବିବେ। ନିଶ୍ଚିତ ଭାବେ ଡରିଯିବେ ଆପଣ। କିନ୍ତୁ ଏହି ଭିଡିଓକୁ ଦେଖିଲେ ଆପଣ ଡରିବା ପରିବର୍ତ୍ତେ ଖେଳିବେ। ଏହି ଭିଡିଓରେ ଗୋଟେ ତିମି ସମୁଦ୍ରରେ ରଗବୀ ଖେଳୁଥିବାର ନଜର ଆସିଥିଲା। ଏକ ବୋଟରେ ଜଣେ ଯୁବକ ରଗ୍‌ବୀ ବଲଟିକୁ ଯେତେଥର ଫୋପାଡନ୍ତି, ତାହାକୁ ଆଣି ତିମି ପୁଣି ସେହି ଯୁବକକୁ ଦେଉଛି। ଏହି ଭିଡିଓକୁ ସୋଫିଆ ମାର୍ଟିନିଜ ଭିଲ୍ଲାପାଣ୍ଡୋ ନିଜ ଟ୍ଵିଟ୍‌ର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.