ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ଵାରିୟର’ର ଟିଜର ଆସନ୍ତାକାଲି ରିଲିଜ୍ ହେବ । ଅଜୟ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ମାଣ ଏବେ ଚାଲିଛି । ଯାହା ଆସନ୍ତା ୨୦୨୦ ଜାନୁଆରୀ ୧୦ ତାରିଖ ଦିନ ରିଲିଜ୍ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି ।
ଐତିହାସିକ କାହାଣୀ ଉପରେ ଆଧାରିତ ଏହି ସିନେମାଟି ହେଉଛି ଅଜୟ ଦେବଗନ୍ଙ୍କ ଶହେତମ ଫିଲ୍ମ । ଯାହାକୁ ସେ ନିଜେ ପ୍ରଯୋଜନା କରିଛନ୍ତି । ଅନେକ ବର୍ଷ ପରେ ଅଜୟଙ୍କ ସହ ତାଙ୍କ ପତ୍ନୀ କାଜଲ ମଧ୍ୟ ଏଥିରେ ଅଭିନୟ କରୁଛନ୍ତି । ଏଥିରେ ସୈଫ ଅଲୀ ଖାନ୍ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ଟ୍ରିଜର ରିଲିଜ୍ ପୂର୍ବରୁ ଅଜୟ ଅଧିକାଂଶ ଅଭିନେତାଙ୍କ ଫାଷ୍ଟଲୁକ୍କୁ ସେୟାର କରି ସାରିଛନ୍ତି । କେବଳ ଜଣକୁ ଛାଡ଼ି । ସେ ହେଉଛନ୍ତି କାଜଲ । କାଜଲ ଏଥିରେ କେଉଁ ଭୂମିକାରେ ଆସୁଛନ୍ତି ତାକୁ ନେଇ ସସ୍ପେନ୍ସ ରଖିଛନ୍ତି ଅଜୟ ଦେବଗନ୍ ।
Prev Post