ଏକ ଅଦଭୁତ ପୁନର୍ଜନ୍ମର କାହାଣୀ, ଯାହା ଲମ୍ବିଛି ଭୁଟାନ୍‌ରୁ ଭାରତ

ଭାରତ ସମେତ ଦେଶ ବିଦେଶରେ ଅନେକ ପୁନର୍ଜନ୍ମର କାହାଣୀ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ । ତେବେ ଏକ ଅଦଭୁତ କାହାଣୀ ଆଜି ଆମେ ଆପଣଙ୍କ ନିକଟରେ ପହଞ୍ଚାଇବୁ । ଘଟଣାଟି ଅବଶ୍ୟ ଦୁଇ ବର୍ଷ ତଳର । ହେଲେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାହାଣୀଟି ଭୁଟାନ୍‌ରୁ ଲମ୍ବି ଆସିଲା ଭାରତକୁ । ଭୁଟାନ୍‌ ରାଜପରିବାରରୁ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟକୁ । ଯାହାକୁ ବିଶ୍ୱାସ କରିବା ସହଜ ହେବ ନାହିଁ । ହେଲେ ସବୁ କିଛି ଘଟିଥିଲା ସମସ୍ତଙ୍କ ଆଖି ଆଗରେ । ୨୦୧୭ ନୂଆ ବର୍ଷ ଦିନ ଭୁଟାନ୍‌ ରାଜ ପରିବାର ସଦସ୍ୟ ନାତି ଟ୍ରୁଏକ୍‌ଙ୍କ ସହ ଆସି ବିହାରର ନାଳନ୍ଦାରେ ପହଞ୍ଚିଲେ ।

15

ସାଙ୍ଗରେ ଥିଲେ ଭୁଟାନ୍‌ର ମହାରାଣୀ ଦୋରଜି ଓ୍ଵଙ୍ଗଚୁକ୍‌ । ଯାହାଙ୍କ କୋଳରେ ଥିଲେ ତିନି ବର୍ଷ ବୟସର ନାତି ଟ୍ରୁଏକ୍‌ । ଭଲ ଭାବେ କଥା କହି ପାରୁନଥିବା ଏହି ପିଲାଟି କିନ୍ତୁ କହୁଥିଲେ ୮୨୪ ବର୍ଷ ତଳର କଥା । କେମିତି ଥିଲା ନାଳନ୍ଦା ବିଶ୍ୱବିଦ୍ୟାଳୟ । ସେ କେଉଁଠାରେ ପାଠ ପଢୁଥିଲେ ଓ ପରେ କେଉଁଠାରେ ପଢ଼ାଉଥିଲେ । ପରିବାର ଲୋକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ବାଟ କଢ଼ାଇ ନେଇଥିଲେ ଏହି କୁନି ପିଲା ଜଣକ । ନିଜର ପୂର୍ବ ଜନ୍ମର ଶିକ୍ଷାନୁଷ୍ଠାନକୁ ଦେଖି ଖୁବ୍‌ ଖୁସି ହେଉଥିଲେ । ଏବେ ଭଗ୍ନାବଶେଷ ରହିଥିବା ଏହି ନାଳନ୍ଦା ବିଶ୍ୱାବିଦ୍ୟାଳୟରେ ସେତେବେଳେ କେଉଁଠି କଣ ଥିଲା ସେ ସବୁ ବର୍ଣ୍ଣନା କରୁଥିଲେ ।
ଇଏ ଥିଲା ଅତ୍ୟନ୍ତ ଅଦଭୁତ ଓ ଆଶ୍ଚର୍ଯ୍ୟଜନକ କଥା । ମହାରାଣୀ ଦୋରଜି କହିଥିଲେ ଯେ ମାତ୍ର ବର୍ଷକର ହେବା ପରେ ଟ୍ରୁଏକ୍‌ ନାଳନ୍ଦା ବିଷୟରେ କହିବା ଆରମ୍ଭ କରିଥିଲେ । ତେଣୁ ସେମାନେ ବାଧ୍ୟ ହୋଇ ତାକୁ ଭାରତକୁ ନେଇ ଆସିଥିଲେ ।

1

ଟ୍ରୁଏକ୍‌ଙ୍କ ପୂରା ନାଁ ହେଉଛି ଜିଗମି ଜିତେନ ଓ୍ଵଙ୍ଗଚୁକ୍‌ । ତାଙ୍କର କହିବା କଥା ପୂର୍ବ ଜନ୍ମରେ ତାଙ୍କ ନାଁ ଥିଲା ବେରୋଚନା । ସେ ନାଳନ୍ଦାରେ ପାଠ ପଢୁଥିଲେ ଓ ପରେ ସେହିଠାରେ ଶିକ୍ଷାଦାନ ମଧ୍ୟ କରିଥିଲେ । ତେବେ ୨୦୧୫ରେ ତାଙ୍କର ଜନ୍ମ ଭୁଟାନ୍‌ ରାଜ ପରିବାରରେ ହେଲା । ମହାରାଣୀ ଦୋରଜିଙ୍କର ସେ ହେଉଛନ୍ତି ନାତି । ମହାରାଣୀଙ୍କ ଝିଅ ସୋନମଙ୍କ ପୁଅ ଭାବେ ଜନ୍ମ ନେଲେ ବେରୋଚନା ଓରଫ ଟ୍ରୁଏକ୍‌ । ବର୍ଷକର ହେଲା ପରେ ତାଙ୍କ ପାଟି ଖୋଲିଲା ଓ ସେ ନାଳନ୍ଦା ବିଷୟରେ କହିବାକୁ ଲାଗିଲେ । ପ୍ରଥମେ କେହି ବିଶ୍ୱାସ କରି ପାରିଲେ ନାହିଁ । ତେବେ ଟ୍ରୁଏକ୍‌ ବାରମ୍ବାର ନିଜ କଥା ଦୋହରାଇବା ପରେ ତାଙ୍କୁ ମହାରାଣୀ ଦୋରଜି ସାଙ୍ଗରେ ଧରି ନାଳନ୍ଦାକୁ ଆସିବା ଲାଗି ବାଧ୍ୟ ହେଲେ ।

18

ପଞ୍ଚମ ଶତାବ୍ଦୀରେ ଗୁପ୍ତ ବଂଶ ରାଜାଙ୍କ ଶାସନ କାଳରେ ବୌଦ୍ଧଧର୍ମର ଏକ ବୃହତ୍‌ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ଉଠିଥିଲା ନାଳନ୍ଦା ବିଶ୍ୱବିଦ୍ୟାଳୟ । ଏଠାରେ ବୌଦ୍ଧଧର୍ମୀମାନେ ଶିକ୍ଷା ଲାଭ କରୁଥିଲେ । ପ୍ରାୟ ୧୦ ହଜାର ଛାତ୍ର ଏବଂ ୧୫୦୦ ଶିକ୍ଷକ ଥିଲେ ଏହି ବିଦ୍ୟାଳୟରେ । ସେମାନଙ୍କ ଭିତରେ ଜଣେ ଥିଲେ ବିରୋଚନା ।

16ଭଗବାନ ବୁଦ୍ଧଙ୍କ କରୁଣାରୁ ତାଙ୍କର ଭୁଟାନ୍‌ ରାଜ ପରିବାରାର ଜନ୍ମ ହୋଇଛି ବୋଲି ଟ୍ରୁଏକ୍‌ କହିଥିଲେ । ଏମିତିକି ଭୁଟାନ୍‌ରେ ସେ ଯାହାକୁ ଯାହା କହିଛନ୍ତି ତାହା ସତ ହୋଇଛି ବୋଲି ଭୁଟାନ୍‌ ମହାରାଣୀ ଦୋରଜି ମଧ୍ୟ ମାନିଥିଲେ । ତେଣୁ ମାନ କି ନମାନ, ଏଭଳି କିଛି ଘଟଣା ତ ଘଟୁଛି ଯାହାକୁ ନେଇ ପୁନର୍ଜନ୍ମ ଉପରେ ବିଶ୍ୱାସ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.