ଅଧିକାଂଶ ଲୋକଙ୍କ ପାଖରେ ସମୟ ଅଭାବ ଥିବା କାରଣରୁ ସେମାନେ ପ୍ରାୟତଃ ଘର ଖାଦ୍ୟ ଖାଇ ପାରନ୍ତି ନାହିଁ । ଏହାର ସବୁଠାରୁ ବଡ କାରଣ ଏହା କି କମ୍ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ବହୁତ କଷ୍ଟ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ପୌଷ୍ଟିକ ରେସିପି ବିଷୟ କହିବାକୁ ଯାଉଛୁ । ଯାହାର ନା ବିଟରୁଟ୍ ରାଇସ୍ । ଏହି ଖାଦ୍ୟଟି ହେଲଦି ହେବା ସହିତ ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇପାରିବ ।
ଦରକାରୀ ସାମଗ୍ରୀ:
.ବିଟ୍
.କ୍ୟାପସିକମ୍
.ଚାଉଳ
.ଧନିଆ ପତ୍ର
.ଜିରା
.ସୋରିଷ ତେଲ
.ତେଜପତ୍ର
.ଗରମ ମସଲା
.ପିଆଜ
.ଲବଙ୍ଗ
.ଗୁଜୁରାତି
.ଗୋଲମରିଚ
.ଶୁଖିଲା ଲଙ୍କା
.ଲୁଣ
ଏହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ:
– ପ୍ରଥମେ ଏକ ପ୍ୟାନ୍ ରେ ଦୁଇ ଚାମଚ୍ ତେଲ ଗରମ କରନ୍ତୁ । ଏବେ ଏଥିରେ ଶୁଖିଲା ଲଙ୍କା,ଲବମ୍ବ,ଗୁଜୁରାତି,ଗୋଲମରିଚ,ତେଜପତ୍ର ଏବଂ ପିଆଜ ପକାଇ ଫ୍ରାଏ କରନ୍ତୁ ।
–ଆଉ ଏକ ଗ୍ୟାସ୍ ରେ କୁକର ବସାଇ ସେଥିରେ ଦୁଇ ଚାମଚ ତେଲ ପକାଇ ଗରମ କରିବାକୁ ଛାଡି ଦିଅନ୍ତୁ । ଏହାପରେ କୁକୁରରେ ଫ୍ରାଏ କରିଥିବା ସାମଗ୍ରୀକୁ ପକାଇଦିଅନ୍ତୁ ।
–ଏହା ପରେ କୋରା ହୋଇ ରହିଥିବା ବିଟ୍ ଏବଂ କ୍ୟାପସିକମ୍ କୁ ସେଥିରେ ପକାଇ ଦିଅନ୍ତୁ ।
–ଏବେ ଏଥିରେ ଚାଉଳ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ସ୍ବାଦ ଅନୁସାରେ ଲୁଣ ପକାଇ ପାଣି ଦେଇ କୁକର ବନ୍ଦ କରିଦିଅନ୍ତୁ ।
– ଦୁଇଟି ସିଟି ଆସିବାପରେ ଗ୍ଯାସ୍ ବନ୍ଦ କରିଦିଅନ୍ତୁ । ଏବେ ବିଟରୁଟ୍ ରାଇସ୍ ପ୍ରସ୍ତୁତ । ଏହାକୁ ଧନିଆ ପତ୍ରରେ ଗାର୍ନିସ୍ କରି ଗରମ ଗରମ ପରଷନ୍ତୁ ।
ଏହାସହ ପଢନ୍ତୁ:
ଶୀତ ଦିନିଆ ସକାଳେ ଗରମ ଗରମ ଖାଆନ୍ତୁ ଟେଷ୍ଟି ‘ସାଉଥ ଇଣ୍ଡିଆନ ଉପମା’