Apple Watch ବଞ୍ଚାଇଲା ଜଣେ ଡାକ୍ତରଙ୍କ ଜୀବନ, ଜାଣନ୍ତୁ କେମିତି

ଆପଲ ଓ୍ଵାଚ୍‌ କମାଲ କରି ଦେଖାଇଛି। ଆମେରିକାର ରହୁଥିବା ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଛି ଆପଲ ଓ୍ଵାଚ୍‌। ୭୯ ବର୍ଷିୟ ଏହି ବ୍ୟକ୍ତି ପେଶାରେ ଜଣେ ପଶୁ ଚିକିତ୍ସକ। ଆପଲର ଏହି ଓ୍ଵାଚରେ ଥିବା ହାର୍ଟ ରେଟ୍‌ ସେନସର ଡା ରେ ଏମରସନଙ୍କୁ ଏଟ୍ରିଏଲ ଫିବ୍ରିଲେସନ ହୋଇଥିବାର ନୋଟିଫିକେସନ ଦେଖାଇଲା। ଯାହାପରେ ବ୍ୟକ୍ତି ଜଣଙ୍କ ତୁରନ୍ତ ଡାକ୍ତରଙ୍କ ପାଖରେ ପହଁଚିଲେ ଏବଂ ଇକେଜି (ଇସିଜି) କରାଇଲେ। ରିପୋର୍ଟ ଆସିବା ପରେ ତାଙ୍କର ସର୍ଜରୀ କରାଗଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଟ୍ରିଏଲ ଫିବ୍ରିଲେସନ ହେଲେ ହାର୍ଟର ଉପର ଚ୍ୟାମ୍ବରରେ ଅନିୟମିତ ପପିଂ ହେବାକୁ ଲାଗିଥାଏ ଏବଂ ଏହାଦ୍ୱାରା ଜୀବନ ମଧ୍ୟ ଯାଇପାରେ। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏହାକୁ ବହୁତ ଶସ୍ତାରେ କିଣିଥିଲେ ଏବଂ ଏହା ତାଙ୍କୁ ପ୍ରାଇସଲେସ୍‌ ବୋଲି ଲାଗୁଥିଲା।

men watchଆପଲ ଓ୍ଵାଚ୍‌ ଦ୍ୱାରା ନୋଟିଫିକେସନ ଆସିବା ଏମିତି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠି ଆପଲ ଓ୍ଵାଚ୍‌ ଜରିଆରେ ଲୋକଙ୍କ ଜୀବନ ବଞ୍ଚି ଯାଇପାରୁଛି। ଏହା ପୂର୍ବରୁ ମଧ୍ୟ ଏହି ଆପଲ ଓ୍ଵାଚ ଦ୍ୱାରା ଜଣେ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ହସପିଟାଲ ନିଆଗଲା ଏବଂ ତାଙ୍କର ଜୀବନ ରକ୍ଷା କରାଯାଇପାରିଲା।

Leave A Reply

Your email address will not be published.